ପୁଣି ୫ ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: ଭୁବନେଶ୍ୱରର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୫ଜଣ ଆକ୍ରାନ୍ତଙ୍କର ନମୁନା ନେଗେଟିଭ ଆସିଛି । ତେବେ ସେମାନେ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ପୂର୍ବରୁ ୧୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ଏହି ସଂଖ୍ୟା ୧୮ରେ ପହଞ୍ଚିଛି ।
ଧିରେ ଧିରେ ସୁସ୍ଥ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କ ସହ ସବୁମହଲରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଉଛି ।
ପୂର୍ବରୁ ୪୧ଜଣ କରୋନା ଅକ୍ରାନ୍ତ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଏବେ ଏହି ସଂଖ୍ୟା ୩୬କୁ ଖସି ଆସିଛି । ସେହିପରି କେବଳ ଭୁବନେଶ୍ୱରରେ ୩୩ଜଣ ଆକ୍ରାନ୍ତ ଥିବା ବେଳେ ଏବେ ଏହି ସଂଖ୍ୟା ୨୮କୁ ଖସିଆସିଛି । ପୂର୍ବରୁ ଭୁବନେଶ୍ୱରରେ ୭ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିଲେ ।

Spread the love

Leave a Reply

Your email address will not be published. Required fields are marked *