ପୁଣି ୭ ପଜିଟିଭ, ୧୧୮ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର: ରାଜ୍ୟରେ ପୁଣି ୭କରୋନା ପଜିଟିଭ । ଏହି ୭ ପଜିଟିଭଙ୍କ ମଧ୍ୟରୁ କୋରାପୁଟର ୪ଜଣ ରହିଥିବା ବେଳେ ଭଦ୍ରକ ଜିଲ୍ଲାରୁ ୩ଜଣ ରହିଛନ୍ତି । ଫଳରେ ସମଗ୍ର ରାଜ୍ୟର ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଛି । କୋରାପୁଟରେ ଏବେ ୧୦ଜଣ ଆକ୍ରାନ୍ତ ରହିଥିବା ବେଳେ ଭଦ୍ରକର ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି । ନୂତନ ତିନିଜଣ ଆକ୍ରାନ୍ତଙ୍କ ମଧ୍ୟରୂୁ ବାସୁଦେବପୁର ଅଂଚଳର ୨ଜଣ ରହିଥିବା ବେଳେ ବନ୍ତର ଜଣେ ରହିଛନ୍ତି । ସୁନ୍ଦରଗଡ ଜିଲ୍ଲାର ଏବେ ୭ଜଣ ଆକ୍ରାନ୍ତ ବିଭିନ୍ନ ଡାକ୍ତରକାନାରେ ଚିକିତ୍ସିତ ହେଉଛନ୍ତି । ସେହିପରି ଭଦ୍ରକର ୧୭ଜଣ ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ ବର୍ତ୍ତମାନ ୮୦ଜଣ କରୋନା ଆକ୍ରାନ୍ତ ବିଭିନ୍ନ ଡାକ୍ତରକାନାରେ ଚିକିତ୍ସିତ ହେଉଛନ୍ତି ।