ତୈଳ ମୂଲ୍ୟ ବୃଦ୍ଧି, ବୋଝ ଉପରେ ନଳିତା ବିଡ଼ା: ନିରଞ୍ଜନ
ଭୁବନେଶ୍ୱର, ୧୭.୬: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଥିବା ବେଳେ କହୁଥିଲେ ଡିଜେଲ ଓ ପେଟ୍ରୋଲ ଦର ଯେଉଁ ସରକାର ବଢ଼ାଉଛନ୍ତି ସେମାନେ ହେଉଛନ୍ତି ଦେଶଦ୍ରୋହୀ । ସେତେବେଳେ ବ୍ୟାରେଲ ପିଛା ୧୦୭ ଟଙ୍କାରୁ ଉର୍ଦ୍ଧ୍ବ ଥିଲା, ବର୍ତମାନ ବ୍ୟାରେଲ ପିଛା ୩୦ ଟଙ୍କା ଦର କମ, ତାହା ସତ୍ତ୍ୱେ ପ୍ରତିଦିନ ଡିଜେଲ ଓ ପେଟ୍ରୋଲ ଦର ବଢ଼ି ବଢ଼ି ଯାଉଛି ।
ପ୍ରତି ଲିଟର ପିଛା ପ୍ରାୟ ଉଭୟ ରାଜ୍ୟସରକାର ଓ କେନ୍ଦ୍ରସରକାର ମିଶିକି ୬୦ ଟଙ୍କାରୁ ଉର୍ଦ୍ଧ୍ବ କମଉଛନ୍ତି । ଆଜି ଏ କରୋନା ନାରେ ଏ ଦେଶକୁ ଓ ସାଧାରଣ ଲୋକଙ୍କୁ ଶୋଷଣ କରିବାରେ ଲାଗିଛନ୍ତି । କରୋନା ସମୟରେ ସାଧାରଣ ଲୋକଙ୍କୁ କିପରି ଅସୁବିଧାରେ ପକାଇବା ଲୋକମାନେ ଦେଶଦ୍ରୋହୀ ନା ଯେଉଁମାନେ ଶସ୍ତାରେ ପେଟ୍ରୋଲ ଡିଜେଲ ଦେଉଥିଲେ ସେମାନେ ଦେଶଦ୍ରୋହୀ ବୋଲି ଆଜି ଏକ ପ୍ରେସ ବାର୍ତ୍ତା ମାଧ୍ୟମରେ ପିସିସି ସଭାପତି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।