ପ୍ରବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପିସିସି ସଭାପତିଙ୍କ ପତ୍ର

ଶୁଭେଚ୍ଛା ଗ୍ରହଣ କରିବେ । ଭଲରେ ଥିବେ ବୋଲି ଆଶା କରୁଛି । କୋଭିଡ୍‌-୧୯ ସମ୍ବନ୍ଧରେ ଆପଣଙ୍କୁ ମୋର ଏହା ଆଉ ଏକ ପତ୍ର । ଏବେ ବାହାର ରାଜ୍ୟରେ ରହିଯାଇଥିବା ଆମର ପ୍ରବାସୀ ଶ୍ରମିକମାନଙ୍କ ସଂପର୍କରେ ମୁଁ ଆପଣଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚାହେଁ ।

ଯଦି ଏହି ତାଲାବନ୍ଦ ଆଉ ଅଧିକ ସମୟ ପର୍ଯ୍ୟନ୍ତ ବୃଦ୍ଧି କରାନ’ଯାଏ ତେବେ ଏହା ମଇ ମାସ ୩ ତାରିଖ ପର୍ଯ୍ୟନ୍ତ ବଳବକ୍ସର ରହିବ । ଏହି ତାଲାବନ୍ଦ ଯୋଗୁ ଆମ ରାଜ୍ୟର ବହୁସଂଖ୍ୟାର ଶ୍ରମିକ ବିଭିନ୍ନ ରାଜ୍ୟରେ ଅଟକି ଯାଇଛନ୍ତି ଓ ସେମାନେ ରାଜ୍ୟ ଭିତରକୁ ଫେରିଆସିବାକୁ ବ୍ୟାକୁଳ ହେଲେଣି । ମୋର
ବିଶ୍ୱାସ, ସରକାରଙ୍କ ଆକଳନ ଅପେକ୍ଷା ବହୁଗୁଣ ଅଧିକ ଶ୍ରମିକ ବାହାର ରାଜ୍ୟରୁ ଆମ ରାଜ୍ୟକୁ ଫେରିବା ଅପେକ୍ଷାରେ ଅଛନ୍ତି । ତାଲାବନ୍ଦ କଟକଣା ଉଠିଯିବା ପରେ ଏକ ପ୍ରକାର ଶ୍ରମିକମାନଙ୍କର ସୁନାମୀ ଆମ ରାଜ୍ୟକୁ ମାଡି ଆସିବ । ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ ସରକାର ସମାଜର ପ୍ରତ୍ୟେକ ବର୍ଗର ପରାମର୍ଶ ଓ ସାହାଯ୍ୟ ନେବା ଆବଶ୍ୟକ । ତେଣୁ, ଆମେ ସମସ୍ତେ ସମ୍ମଳିତ ଭାବେ ଏହି ସମସ୍ୟାକୁ ମୁକାବିଲା କଲାବେଳେ, ସମସ୍ତ ରାଜନୈତିକ ଦଳ, ନାଗରିକ ସମାଜ, ତୃଣମୂଳ ସ୍ତରରେ କାର୍ଯ୍ୟରତ ବିଭିନ୍ନ ସଂଗଠନ, ବିଭିନ୍ନ ବର୍ଗର ବ୍ୟବସାୟୀ ଓ ସମାଜସେବା କ୍ଷେତ୍ରରେ ନିୟୋଜିତ ବିଭିନ୍ନ ସଂଗଠନ ମାନଙ୍କର ପରାମର୍ଶ ନେବା ଆବଶ୍ୟକ ।

ନିଜ ଭିଟାମାଟିକୁ ଫେରିବାପରେ ଏହି ଶ୍ରମିକମାନଙ୍କୁ ନେଇ ରାଜ୍ୟରେ ଯେଉଁ ସମସ୍ୟା ଦେଖାଯିବ, ତାହାର ମୁକାବିଲା କରିବା ପାଇଁ ଏକ ଜାତୀୟ ଟାସ୍କ ଫୋର୍ସ ଗଠନ ହେଉ ବୋଲି ଅନେକ ସଂଗଠନ ଦାବି କରୁଛନ୍ତି । କାରଣ ବିଭିନ୍ନ ରାଜ୍ୟରେ କାମ କରୁଥିବା ଏହି ଶ୍ରମିକମାନଙ୍କର ସମସ୍ୟା ଏକ ଆନ୍ତଃରାଜ୍ୟ ସମସ୍ୟା । ରାଜ୍ୟ-ରାଜ୍ୟ ମଧ୍ୟରେ ସମ୍ବଳର ପ୍ରତିବଦଳ ନ’ହେଲେ ଏହି ସମସ୍ୟାକୁ କୌଣସି ଗୋଟିଏ ରାଜ୍ୟ ମୁକାବିଲା କରିବା କଷ୍ଟକର ହେବ ।

ମୁଁ ଜାଣେ, ଏହି ପ୍ରବାସୀ ଶ୍ରମିକମାନଙ୍କର ପଞ୍ଜିକରଣ କରିବା ପାଇଁ ସରକାର ପଂଚାୟତକୁ କ୍ଷମତା ପ୍ରଦାନ କରିଅଛନ୍ତି । ସରକାରଙ୍କର ଏହି ପଦକ୍ଷେପକୁ ମୁଁ ସ୍ୱାଗତ କରୁଛି । ଏହାଦ୍ୱାରା ସେହି ପ୍ରବାସୀ ଶ୍ରମିକମାନଙ୍କର ବର୍କ୍ସମାନର ସ୍ଥିତି ଓ ସମସ୍ୟା ସଂପର୍କରେ ଆମକୁ ନିଶ୍ଚୟ ତଥ୍ୟ ମିଳିପାରିବ । ଏଥିସହିତ
ସେମାନେ ଯଦି ନିଜ ନିଜ ଗାଁକୁ ଫେରି ଆସିବାକୁ ଚାହିଁବେ ସେମାନଙ୍କୁ କିପରି ଭାବେ ଥଇଥାନ କରାଯିବ ତାହା ମଧ୍ୟ ଆକଳନ କରାଯାଇ ପାରିବ । ତେଣୁ ମୁଁ ଆଶା କରିବି, ଆଉ ଅଧିକ ସମୟ ନଷ୍ଟ ନ’କରି ତୁରନ୍ତ ସେମାନଙ୍କ ପାଇଁ ଉଭୟ ସ୍ୱଳ୍ପମିଆଦୀ ଓ ଦୀର୍ଘମିଆଦୀ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ହେବ । ସ୍ୱଳ୍ପ୍ମମିଆଦୀ ଥଇଥାନ କାର୍ଯ୍ୟକ୍ରମରେ ଗଏଘଜଋଏଝ କୁ ୨୦୦ କାର୍ଯ୍ୟଦିବସକୁ ବୃଦ୍ଧି କରଯାଇପାରିବ । ବର୍କ୍ସମାନ ପରିସ୍ଥିତିରେ ଏହା ସେମାନଙ୍କ ପାଇଁ ଯଥେଷ୍ଟ ସହାୟକ ହେବ ।

ଆମେ ଜାଣିଛେ, ଏହି ଶ୍ରମିକମାନେ ବିନା କାମରେ, ବିନା ରୋଜଗାରରେ ମାସାଧିକ କାଳ ବସିଗଲେଣି । ଅତିକମ୍‌ରେ ଆଗାମୀ ମାସ ମଧ୍ୟ ସେମାନେ ଏହିପରି ବିନା ରୋଜଗାରରେ ବସିବେ । ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ପାଖରେ ଆଦୌ ପଇସା ନାହିଁ ଏବଂ ସେମାନେ ଖାଦ୍ୟ ପାଇଁ ବହୁପ୍ରକାର କଷ୍ଟ ସ୍ୱୀକାର କରୁଛନ୍ତି । ସେମାନଙ୍କର ଏପରି ଦୟନୀୟ ସ୍ଥିତିକୁ ଆଖିରେ ରଖି, ମୁଁ ପ୍ରସ୍ତାବ ଦେଉଛି ଯେ, ସରକାର ତୁରନ୍ତ ଏହି ପଞ୍ଜିକୃତ ଶ୍ରମିକମାନଙ୍କ ଆକାଉଂଟକୁ ୫୦୦୦ (ପାଂଚ ହଜାର) ଟଙ୍କା ପଠାନ୍ତୁ । ସରକାରଙ୍କ ତଥ୍ୟ ଅନୁସାରେ ଯଦି ଏହି ପଞ୍ଜିକରଣ ଶ୍ରମିକମାନଙ୍କ ସଂଖ୍ୟା ୫ ଲକ୍ଷ ହେବ ବୋଲି ଆକଳନ କରାଯାଇଛି, ତେବେ ସରକାରଙ୍କୁ ଏଥିପାଇଁ ୨୫୦ କୋଟୀ ବ୍ୟୟ କରିବାକୁ ପଡିବ । ଏତିକି ଅର୍ଥ ଆମ ରାଜ୍ୟ ସରକାର ଦେଇପାରିବେ ।

ମୁଁ ଜାଣେ, ବାହାର ରାଜ୍ୟରୁ ଏହି ଶ୍ରମିକମାନେ ଫେରିବାପରେ ସେମାନଙ୍କୁ ସଙ୍ଗରୋଧରେ ରଖିବାପାଇଁ ସବୁ ପ୍ରକାର ପ୍ରସ୍ତୁତି ଚାଲିଛି । ଏହି କରୋନା ମହାମାରୀ କୌଣସି ଜାତି ବା ଶ୍ରେଣୀର ବାଛବିଚାର କରେ ନାହିଁ । ଏହି ପରିପ୍ରେକ୍ଷୀରେ ଜଣାଇବାକୁ ଚାହେଁ ଯେ, ଆମ ରାଜ୍ୟର ଏହି ପ୍ରବାସୀ ଶ୍ରମିକମାନେ କେବଳ ଦୁର୍ବଳ ବର୍ଗର ନୁହନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଦଳିତ ଏବଂ ଆଦିବାସୀ ଶ୍ରେଣୀର ଅଟନ୍ତି । ତେଣୁ ମୁଁ ଆଶା କରିବି ଯେ, ଶ୍ରମିକମାନଙ୍କୁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରଖିବାବେଳେ ସେମାନେ ଯେମିତି କୌଣସି ପ୍ରକାର ଜାତିଭେଦ ବା ସାମଜିକ ଭେଦଭାବର ଶିକାର ନ’ହୁଅନ୍ତି, ସେଥିପ୍ରତି ସରକାର ଯତ୍ନଶୀଳ ହେବେ । ନିଜର ଜୀବନ ଜୀବିକା ପାଇଁ ସେମାନେ ବହୁ କଷ୍ଟ ସ୍ୱୀକାର କରି ନିଜ ଘର ଓ ପରିବାରଠାରୁ ଦୂରରେ ରହୁଛନ୍ତି । ସେମାନେ ବିପଦରେ ପଡି ଘରକୁ ଫେରୁଥିବା ବେଳେ ସେମାନଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରିବା ଓ ସେମାନଙ୍କ ସମସ୍ୟା ସମାଧାନ କରିବା ସମସ୍ତଙ୍କର ନୈତିକ କର୍କ୍ସବ୍ୟ ।

Spread the love

Leave a Reply

Your email address will not be published. Required fields are marked *