ବିଜେଡି ସଂଖ୍ୟାଲଘୁ ସେଲ୍ର ନୂଆ କର୍ମକର୍ତ୍ତାଙ୍କୁ ନିଯୁକ୍ତି
ଭୁବନେଶ୍ୱର, ଅପ୍ରେଲ ୨୫: ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଦଳର ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ବିଜେଡି ସଂଖ୍ୟାଲଘୁ ସେଲ୍ର ନୂତନ କର୍ମକର୍ତ୍ତାଙ୍କୁ ନିଯୁକ୍ତ ଦେଇଛନ୍ତି ।
ଏହିକ୍ରମରେ ଜଗତସିଂହପୁର ଜିଲ୍ଲାର ଅନିସୁର ରହେମାନ୍ଙ୍କୁ ବିଜେଡି ସଂଖ୍ୟାଲଘୁ ସେଲ୍ର ରାଜ୍ୟ ଉପ-ସଭାପତି, ଫୁଲବାଣୀର ଏମ୍ଡି ୟାସିନ୍ ବେଗ୍ଙ୍କୁ ବିଜେଡି ସଂଖ୍ୟାଲଘୁ ସେଲ୍ର ରାଜ୍ୟ ସାଧାରଣ ସଂପାଦକ, ସାଲେପୁରର ଏମ୍ଡି ଇସଲାମ୍ (ସୁନୀଲ), ଜଟଣୀର ହବିବୁଲ୍ଲା ଖାଁ ଓ ଭଦ୍ରକର ଏସ୍କେ. ଏମ୍ଡି ରଫିକ୍ଙ୍କୁ ବିଜେଡି ସଂଖ୍ୟାଲଘୁ ସେଲ୍ର ରାଜ୍ୟ ସଂପାଦକ ଭାବେ ନିଯୁକ୍ତି ଦେଇଥିବା ବେଳେ ପଟ୍ଟାମୁଣ୍ଡାଇର ରିଜୱାନା ବେଗମ୍ଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ୍ର କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ନିଯୁକ୍ତ କରିଛନ୍ତି ବୋଲି ଦଳର ରାଜ୍ୟ ସାଧାରଣ ସଂପାଦକ ବିଜୟ ନାୟକ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି ।