ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଡ଼ିଜିପି କଲେ ଆଲୋଚନା

କଟକ: ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ (ଡ଼ିଜି) ଶ୍ରୀ ଅଭୟ ଆଜି ରାଜ୍ୟର ସମସ୍ତ ରେଂଜ ଆଇଜି, ଡ଼ିଆଇଜି ଏବଂ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ସହ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ବିଭିନ୍ନ ଗୁୁତ୍ୱପୁର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏହି ଭିଡ଼ିଓ କନ୍‌ଫରେନ୍ସିଂରେ କୋଭିଡ଼-୧୯ ସମ୍ପର୍କିତ ପୋଲିସ ବ୍ୟବସ୍ଥା, ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା, ରେଳ ଷ୍ଟେସନ ଠାରେ ଅଭ୍ୟର୍ଥନା ବ୍ୟବସ୍ଥା ସମୀକ୍ଷା, ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ପ୍ରସଙ୍ଗ ଓ ସୀମା ତନଖି ଫାଟକ ଗୁଡ଼ିକର ସଠିକ୍ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ ।

କରୋନା ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ ଉଦ୍ଦେଶ୍ୟରେ ସାମାଜିକ ଦୁରତ୍ୱ ସହ ସମବେତ ବନ୍ଦେ ଉତ୍କଳ ଜନନୀ ସଂଗୀନ ଗାନ ପାଇଁ ପ୍ରସ୍ତୁତି ଆଲୋଚନା କରାଯାଇଥିଲା ।

ସେହିପରି ଅପରାଧିଙ୍କୁ ଗିରଫ ଏବଂ ମାମଲା ତଦନ୍ତ ସମୟରେ ମାନବିକ ସ୍ପର୍ଶ ଓ ମିଳାମିଶାକୁ କମାଇବା, ପୋଲିସ କର୍ମଚାରୀଙ୍କୁ କଲ୍ୟାଣ, କାର୍ଯ୍ୟାଳୟ ଓ ପୋଲିସ ବାରାକ୍‌ରେ ପରିସ୍ମାର ପରିଛନ୍ନତା, ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ନୀତି ଅବଲମ୍ବନ, ବିଭାଗୀୟ ପ୍ରୋସିଡ଼ିଙ୍ଗସ୍ ଓ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ବିଚାରଧିନ ଥିବା ମାମଲାର ସମୀକ୍ଷା ଏବଂ ଅମୀମାଂସୀତ/ବିଚାରଧିନ ତଦନ୍ତ ମାମଲା ଗୁଡ଼ିକର ସମୀକ୍ଷା ସମ୍ପର୍କରେ ଏହି ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆରକ୍ଷୀ ମହାନିର୍ଦ୍ଦେଶକ ଆଲୋଚନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଡ଼ିଜି ଗୁଇନ୍ଦା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ, ସ୍ୱତନ୍ତ୍ର ନିର୍ଦ୍ଦେଶକ, ଗୁଇନ୍ଦା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଆଇନ ଶୃଙ୍ଖଳା, ଆଇଜି ଆଧୁନୀକିକରଣ ଓ ଆଇଜି ପ୍ରୋଭିଜୋନିଂ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *