ରାଜଧାନୀର ୮ରୁଟରେ ଗଡ଼ିଲା ସିଟି ବସ୍
ଭୁବନେଶ୍ୱର: କରୋନା ସହ ବଞ୍ଚିବାକୁ ହେବ । କରୋନା ସହ ତାଳଦେଇ ଚାଲିବାକୁ ହେବ । ଅନଲକ୍ ୩ରେ ରାଜଧାନୀରେ ଟାଉନବସ୍ ସେବା ଆରମ୍ଭ ହୋଇଛି । ରାଜଧାନୀର ୮ଟି ରୁଟରେ ମୋ’ ବସ୍ ସେବା ଆରମ୍ଭ କରାଯାଇଛି ।
ସକାଳ ୭ଟାଠାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଏହି ସେବା ଉପଲବ୍ଧ ହେବ । କୌଣସି ରୁଟରେ ଏସି ବସ୍ ଚାଲିବ ନାହିଁ । ସମସ୍ତ ୮ଟି ଯାକ ରୁଟରେ ନନ୍ ଏସି ବସ୍ ଚଳାଚଳ କରିବ ବୋଲି ମୋ’ ବସ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ।
ଶିଖରଚଣ୍ଡୀରୁ ଲିଙ୍ଗିପୁର, ବରମୁଣ୍ଡାରୁ ଜଗତପୁର, ମାଷ୍ଟରକାଣ୍ଟିନରୁ ଖୋର୍ଦ୍ଧା, ମାଷ୍ଟରକାଣ୍ଟିନରୁ ସମ୍ ହସ୍ପିଟାଲ, ମାଷ୍ଟରକାଣ୍ଟିନରୁ କଟକ ସିଡିଏ, ମାଷ୍ଟରକାଣ୍ଟିନରୁ ଏମ୍ସ୍, ମାଷ୍ଟରକାଣ୍ଟିନରୁ ପିପିଲି ଓ ମଞ୍ଚେଶ୍ୱରରୁ ଡୁମୁଡୁମାକୁ ମୋ’ ବସ୍ ଗଡ଼ିଛି । ଏହା ଦ୍ୱାରା ଯାତ୍ରୀମାନେ ଉପକୃତ ହୋଇପାରିବେ ବୋଲି କୁହାଯାଇଛି ।