ରାଜ୍ୟରେ ଦ୍ୱିତୀୟ କରୋନା ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଆଉଜଣେ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି । ମୃତକ ବ୍ୟକ୍ତି ଜଣକ ଭୁବନେଶ୍ୱର ମଧୁସୂଦନଗର ଅଂଚଳର ୭୭ବର୍ଷିୟ ବ୍ୟକ୍ତି । ସେ କିମ୍ସ ସ୍ଥିତ କରୋନା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେ ମଧୁମେହ ରୋଗ ସହ ଉଚ୍ଚ ରକ୍ତଚାପରେ ପିଡୀତ ଥିଲେ । ଗତକାଲି ତାଙ୍କର କିମ୍ସ ହସ୍ପିଟାଲରେ ମୃତ୍ୟୁ ହୋଇଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ଗଞ୍ଜାମରୁ ମଧ୍ୟ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ବୟସ ୧୮ ବର୍ଷ ଓ ସେ ନିକଟରେ ସୁରଟରୁ ଫେରିଥିବା ସ୍ୱାସ୍ଥ୍ୟ ବିଭାଗ ଜଣାଇଛି । ଏହି ନୂତନ ଆକ୍ରାନ୍ତଙ୍କ ଫଳରେ ଗଞ୍ଜାମରେ କରୋନା ରୋଗୀଙ୍କ ସଂଖ୍ୟା ୪ରେ ପହଞ୍ଚିଛି ।

ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୭ଜଣରେ ପହଞ୍ଚିଥିବା ବେଳେ ୬୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ବି ୧୧୫ଜଣ ରୋଗୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *