ରେଳବାଇ ତିଆରି କଲା ଶସ୍ତା ଭେଣ୍ଟିଲେଟର
ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗ ପକ୍ଷରୁ ତିଆରି ହୋଇଛି ଶସ୍ତା ଭେଣ୍ଟିଲେଟର । କରୋନାର ମୁକାବିଲା ପାଇଁ ରେଳ କୋଚ ଫ୍ୟାକ୍ଟ୍ରି ପକ୍ଷରୁ ଏହି ଶସ୍ତା ଭେଣ୍ଟିଲେଟର ତିଆରି ହୋଇଥିବା ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କାପୁରଥାଲାଠାରେ ଥିବା କୋଚ ଫ୍ୟାକ୍ଟ୍ରି ବର୍ତ୍ତମାନ ଏହି ଶସ୍ତା ଭେଣ୍ଟିଲେଟର ନିର୍ମାଣରେ ଲାଗି ପଡିଛନ୍ତି ।
ସମଗ୍ର ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଚିକିତ୍ସା ପାଇଁ ଭେଣ୍ଟିଲେଟର ଏକ ମୁଖ୍ୟ ସମସ୍ୟା ହେବ ବୋଲି ଅନୁମାନ କରାଯାଉଥିଲା । ଏହାକୁ ଦୃଷ୍ଟିରେ ରଖି କୋଚ ଫ୍ୟାକ୍ଟ୍ରି ପକ୍ଷରୁ ଏହି ଶସ୍ତା ଭେଣ୍ଟିଲେଟର ତିଆରି କରାଯାଇଛି । ରେଳବାଇ ପକ୍ଷରୁ ଏହାର ଏକ ନମୁନା ମଧ୍ୟ ପ୍ରସ୍ତୁତ କରଯାଇ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ବା ଆଇଏମଆରର ଅନୁମୋଦନକୁ ଅପେକ୍ଷା କରିଛି । ମାତ୍ର ଭାରତୀୟ ରେଳବାଇର ଡାକ୍ତରମାନେ ଏହକୁ ସଫଳତାର ସହ ପରୀକ୍ଷା କରିଥିବା ରେଳବାଇ ପକ୍ଷରୁ କୁହାଯାଇଛି । ଏହି ଭେଣ୍ଟିଲେଟର ଦାମ ପ୍ରାୟ ୧୦ହଜାର ଟଙ୍କା ମଧ୍ୟରେ ରହିବ ।
ସୂଚନା ଯୋଗ୍ୟରେ ସମଗ୍ର ଭାରତ ବର୍ଷରେ ମାତ୍ର ୪୪ହଜାର ଭେଣ୍ଟିଲେଟର ରହିଛି । ଯେଉଁଭଳି ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଆଗାମୀ ଏକ ମାସ ମଧ୍ୟରେ ସମଗ୍ର ଦେଶରେ ଏକ ଲକ୍ଷରୁ ଦୁଇ ଲକ୍ଷ ପର୍ଯ୍ୟନ୍ତ ଭେଣ୍ଟିଲେଟର ଆବଶ୍ୟକତା ପଡିପାରେ ବୋଲି ଅନୁମାନ କରାଯାଉଛି ।