ଶହିଦ୍ ଯବାନଙ୍କୁ ପିସିସି ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, ୧୭.୬: ଚୀନ ସୀମାନ୍ତରେ ଦେଶର ସୁରକ୍ଷା ପାଇଁ ଚୀନ ସହିତ ଭାରତ ମୁକାବିଲା କରି ଭାରତର ୨୦ଜଣ ଜବାନ ସହିଦ ହୋଇଛନ୍ତି ଏବଂ ତାଙ୍କ ଭିତରେ ଓଡ଼ିଶାର ଚନ୍ଦ୍ରକାନ୍ତ ପ୍ରଧାନ ଏବଂ ରଘୁରାମ ସୋରେନ୍ ଅର୍ନ୍ତର୍ଭୁକ୍ତ । ଶ୍ରୀ ପ୍ରଧାନ ଏବଂ ଶ୍ରୀ ସୋରେନ ଏ ଦେଶକୁ ରକ୍ଷା କରିବାକୁ ଯାଇ ବଳିଦାନ ଦେଇଛନ୍ତି ଏବଂ ତାଙ୍କ ସହିତ ଆଉ ୧୮ଜଣ ଯେଉଁ ଜବାନ ଆଜି ପ୍ରାଣତ୍ୟାଗ କରି ସହୀଦ ହୋଇଛନ୍ତି, ସେମାନଙ୍କୁ ମୋର ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ବୋଲି ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ଏହି ଅବସରରେ ଆଜି ସନ୍ଧ୍ୟାବେଳେ ପିସିସି ସଭାପତିଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନ୍ୟ କଂଗ୍ରେସ ନେତୃବୃନ୍ଦଙ୍କ ଉପସ୍ଥିତିରେ ସହୀଦଙ୍କ ଅମର ଆତ୍ମାର ସଦଗତି କାମନା ଉଦ୍ଦେଶ୍ୟରେ ଦୁଇମିନିଟ୍ ନୀରବ ପ୍ରାଥର୍ନା କରାଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବିଧାୟକ ସୁରେଶ କୁମାର ରାଉତରାୟ, ତାରାପ୍ରସାଦ ବାହିନୀପତି, ପଂଚାନନ କାନୁନଗୋ, ସୁଦର୍ଶନ ଦାସ, ଶିବାନନ୍ଦ ରାୟ, ରଶ୍ମି ମହାପାତ୍ର, ମନୋରଞ୍ଜନ ଦାଶ, ଲୋକନାଥ ମହାରଥି, ହଳଧର ସେଠୀ, ପ୍ରକାଶ ମିଶ୍ର, ଦୀପକ ମହାପାତ୍ର, କହ୍ନେଇ ସେଠୀ, ସଂକୁନା କହଁର, ଶୈଳେନ୍ଦୁ ମଜୁମଦାର, ଦେଓ ପ୍ରସାଦ, ନାସିର ଅହମ୍ମଦ, ସୁଶାନ୍ତ ତ୍ରିପାଠୀ, ଲିଙ୍ଗରାଜ ସାହୁ, ମାନସ ଆଚାର୍ଯ୍ୟ, ଦେବୀପ୍ରସାଦ ବାହାଲିଆ, ମନୋଜ ନାୟକ, ଜୟକୃଷ୍ଣ ସୁବୁଦ୍ଧି, ବାଙ୍ଗେଲା ମଲିଆ, ଆତ୍ମାରାମ ପତି, ଦେବାଶିଷ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *