ସର୍ବାଧିକ ୧୨୯ ପଜିଟିଭ୍ ଚିହ୍ନଟ, କେନ୍ଦ୍ରାପଡ଼ାରୁ ୧୮

ଭୁବନେଶ୍ୱର: ରାଜ୍ୟରେ ଆଜି ସର୍ବାଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ୧୯ଜିଲ୍ଲାରୁ ୧୨୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦ୍ରାପଡାରୁ ସର୍ବାଧିକ ୧୮ଜର ଚିହ୍ନଟ ହୋଇଥିବା କୁହାଯାଇଛି ।

ଏହି ନୂତନ ଚିହ୍ନଟଙ୍କ ମଧ୍ୟରୁ ୧୧୦ଜଣ କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିବା ବେଳେ ୧୦ଜଣ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ବୋଲି କୁହାଯାଇଛି । କେନ୍ଦ୍ରାପଡ଼ାରୁ ୧୮ ରହିଥିବା ବେଳେ ଗଜପତିରୁ ୧୬, ନୂଆପଡ଼ା ୧୨,ବଲାଙ୍ଗିର ୧୧, ଗଞ୍ଜାମ ଓ ଯାଜପୁରରୁ ୧୦, ଖୋର୍ଦ୍ଧାରୁ ୭, ବାଲେଶ୍ୱର,ସୁନ୍ଦରଗଡ଼, ମୟୁରଭଞ୍ଜ ଓ ବରଗଡ଼ରୁ ୬ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ କଟକରୁ ୫, ପୁରୀଓ ଦେବଗଡ଼ରୁ ୪, କେନ୍ଦୁଝରରୁ ୩, ଜଗତସିଂହପୁରୁ ୨, ମାଲକାନାଗିରି, ଢ଼େଙ୍କାନାଳ ଓ ସମ୍ବଲପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୪୮ରେ ପହଞ୍ଚିଛି ।

ରାଜ୍ୟରେ ୧୯୪୮ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୮୮୯ଜଣ ଚିକିତ୍ସିତ ହେଉଛନ୍ତି । ରାଜ୍ୟର ୬ଟି ଜିଲ୍ଲା ଆକ୍ରନ୍ତରେ ଶହେ ଟପିଯାଇଛି । ଗଞ୍ଜାମରେ ୪୧୪ଜଣ ଆକ୍ରାନ୍ତ ରହିଥିବା ବେଳେ ଯାଜପୁରରେ ୨୬୯, ବାଲେଶ୍ୱର ୧୫୨, ଖୋର୍ଦ୍ଧା ୧୩୮, ଭଦ୍ରକ ୧୧୩, କଟକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଛୁଇଁଛି । କେବଳ ସେତିକି ନୁହେଁ ପୁରୀରେ ଆକ୍ରାନ୍ତଙ୍କ ସଂଖ୍ୟା ୯୧ରେ ପହଞ୍ଚିଯାଇଛି ।

Spread the love

Leave a Reply

Your email address will not be published. Required fields are marked *