ସୁରକ୍ଷିତ ରଜ ପାଳନ ପାଇଁ ଆହ୍ୱାନ
ଭୁବନେଶ୍ୱର: ରଜ ଓଡ଼ିଶାର ମହାନ ପର୍ବ ହୋଇଥିବା ବେଳେ ପ୍ରତ୍ୟେକ ଓଡ଼ିଆ ଜାତି ଏହା ବେଶ ଜାକଜମକରେ ପାଳନ କରିଥାନ୍ତି । ଏପରିକି ଧନୀଠାରୁ ଆରମ୍ଭ କରି ଗରୀବ ପର୍ଯ୍ୟନ୍ତ ଏହି ପର୍ବକୁ ଅନାଇ ବସିଥାନ୍ତି ।
ମାତ୍ର ଚଳିତ ବର୍ଷ କରୋନା ପ୍ରଭାବରୁ ଏହି ପର୍ବ ପାଳନ ମାନ୍ଦା ପଡିଯାଇଛି । ପ୍ରତ୍ୟେକ ଓଡ଼ିଶାବାସୀ ଘରେ ରହି ଏହି ପର୍ବକୁ ପାଳନ କରୁଥିବା ବେଳେ ବାହାର ଦୋଳି କିମ୍ବା ତାସଖେଳର ଆସର ଦେଖାଯାଉନାହିଁ । ବେଶ୍ ସତର୍କତାର ସହିତ ରାଜ୍ୟବାସୀ ଏହି ପର୍ବକୁ ପାଳନ କରୁଛନ୍ତି ।
ଏପରିକି କରୋନାର ପ୍ରଭାବ ମଧ୍ୟ ସୋସିଆଲ ମିଡିଆ ରଜପାଳନରେ ଦେଖିବାକୁ ମିଳିଛି । ବିଭିନ୍ନ ରଜ ଶୁଭକାମନାରେ ଦୋଳିଖେଳୁଥିବା ତରୁଣୀ ମୁହଁରେ ମାସ୍କ ମଧ୍ୟ ଦେଖିବାକୁ ମିଳୁଛି । ଏଣୁ ରାଜ୍ୟବାସୀ ଏନେଇ ବେଶ୍ ସତର୍କ ରହିଥିବା ଜଣାପଡିଛି । ରଜ ପର୍ବକୁ ସତର୍କତାର ସହ ଘରେ ରହି ପାଳନ କରିବାକୁ ରାଜ୍ୟସରକାରଙ୍କ ସହ କେନ୍ଦ୍ରସରକାରଙ୍କ ପକ୍ଷରୁ ମଧ୍ୟ କୁହାଯାଇଛି ।