ସୁସ୍ଥ ହେଲେ ୪୩, ଅନୁଗୁଳରୁ ୧୫

ଭୁବନେଶ୍ୱର: ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବା ସହ ସୁସ୍ଥ ହେଉଥିବା ସଂଖ୍ୟା ମଧ୍ୟ ଧିରେ ଧିରେ ବଢ଼ି ଚାଲିଛି । ଆଜି ପୁଣି ରାଜ୍ୟରେ ୪୩ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ ରାଜ୍ୟରେ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୪୩୬ରେ ପହଞ୍ଚିଛି ।

ସୁସ୍ଥମାନଙ୍କ ମଧ୍ୟରେ ଅନଗୁଳରୁ ୧୫ଜଣ ରହିଥିବା ବେଳେ ଗଞ୍ଜାମ, ରାଉରକେଲା ଓ ଯାଜପୁରରୁ ୮ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ପୁରୀ, କେନ୍ଦ୍ରାପଡା, କଟକ ଓ ବୌଦ୍ଧରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ରାଜ୍ୟର ମୋଟ ୧୧୮୯ ଆକ୍ରାନ୍ତଙ୍କ ମଧ୍ୟରୁ ୪୩୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୪୬ଜଣ ସକ୍ରିୟ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି । ସେହିପରି କିଲର କରୋନା ୭ଜଣଙ୍କର ଜୀବନ ନେଇଛି ।

Spread the love

Leave a Reply

Your email address will not be published. Required fields are marked *