୧୭ ସୁସ୍ଥ ହୋଇ ଘରକୁ ଗଲେ

ଭୁବନେଶ୍ୱର: ରାଜ୍ୟରେ ଜ୍ୟାମିତିକ ହାରରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆସିଛି ଶୁଭ ଖବର । ରାଜ୍ୟର ବିଭିନ୍ନ ଡାକ୍ତରଖାନାରୁ ୧୭ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଫଳରେ ରାଜ୍ୟରେ ମୋଟ ୮୫ଜଣ ରୋଗୀ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୁସ୍ଥ ହୋଇଥିବା ରୋଗୀଙ୍କ ମଧ୍ୟରେ ୭ଜଣ ସୁନ୍ଦରଗଡ଼ ଅଂଚଳର ହୋଇଥିବା ବେଳେ ୫ଜଣ ଖୋର୍ଦ୍ଧା ଜିଲ୍ଲାର, ୩ଜଣ ଭଦ୍ରକର ଓ ୨ଜଣ ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡିଛି । ଏକାଥରେ ୧୭ଜଣ ରୋଗୀ ସୁସ୍ଥ ହେବାର ଖବର ଆସିବା ପରେ ଏବେ ରାଜ୍ୟରେ ମୋଟ ୩୦୩ ଜଣ ସକ୍ରିୟ କରେନା ରୋଗୀ ଚିକିତ୍ସିତ ହେଉଛନ୍ତି ।

ସୁନ୍ଦରଗଡ଼ର ମୋଟ ୧୪ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଗୋଟିଏ ମାତ୍ର ସକ୍ରିୟ ମାମଲା ରହିଥିବା ବେଳେ ଖୋର୍ଦ୍ଧାରେ ୫୦ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୧ଜଣ, ଭଦ୍ରକରେ ୩୧ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୬ଜଣ ଓ ବାଲେଶ୍ୱରରେ ଏବେ ୪୨ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩୧ଜଣ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *