୨ଶହ ଆଡକୁ ଯାଉଛି ରାଜଧାନୀର ଆକ୍ରାନ୍ତଙ୍କ ସଂଖ୍ୟା

କଣ୍ଟେନମେଣ୍ଟ ଜୋନ ହେଲା ଡୁମୁଡୁମା ଅଞ୍ଚଳ
ଭୁବନେଶ୍ୱର: ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଞ୍ଚହଜାର ଆଡକୁ ଯାଉଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଶହ ଆଡକୁ ଯାଉଛି । ଆଜି ଗୋଟିଏ ଦିନରେ ରାଜଧାନୀ ଭୁବନେଶ୍ୱରରେ ୧୯ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ଭୁବନେଶ୍ୱର ମ୍ୟୁନିସିପାଲିଟି ପକ୍ଷରୁ କୁହାଯାଇଛି ।

ସୂଚନା ଅନୁସାରେ ଚିହ୍ନଯ ୧୯ଜଣଙ୍କ ମଧ୍ୟରୁ ୧୫ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ମାତ୍ର ୪ଜଣ କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୮ଜଣ ଦୁଇଟି ଘରୋଇ ହସ୍ପିଟାଲର କର୍ମଚାରୀ ବୋଲି ମଧ୍ୟ କୁହାଯାଇଛି । ସେହିପରି ସର୍ବାଧିକ ୫ଜଣ ରୋଗୀ ଡୁମୁଡୁମା ସୁବାଷନଗର ବସ୍ତିରୁ ଚିହ୍ନଟ ହୋଇଛନ୍ତି । ମହାନଗର ନିଗମ ପକ୍ଷରୁ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ମଧ୍ୟ ଘୋଷଣା କରାଯାଇଛି ।

ଏହି ନୂତନ ଚିହ୍ନଟଙ୍କ ଫଳରେ ଭୁବନେଶ୍ୱରର ଆକ୍ରାନ୍ତଙ୍କ ସଂଖ୍ୟା ୧୮୪ରେ ପହଞ୍ଚିଛି । ମୋଟ ୧୮୪ ଆକ୍ରାନ୍ତଙ୍କ ମଧ୍ୟରୁ ୮୬ଜଣ ସୁସ୍ଥ ହୋଇଥିବା ବେଳେ ୯୪ଜଣ ସକ୍ରିୟ ରୋଗୀ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେହିପରି ୩ଜଣଙ୍କର ଦେହାନ୍ତ ମଧ୍ୟ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *