୨୬ପଜିଟିଭ୍, ୨୪୫ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ପୁଣି କରୋନା ତାର କରାଳ ରୂପ ଦେଖାଇଛି । ପୁଣି ୨୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ୧୯ଜଣ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରୁ ୨ଜଣ ଓ କେନ୍ଦ୍ରାପଡାରୁ ୫ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଏହି ନୂତନ ଆକ୍ରାନ୍ତଙ୍କ ଫଳରେ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭ରେ ପହଞ୍ଚିଛି । ଏକଦା ଗ୍ରୀନ୍ ଜୋନରେ ରହିଥିବା ଗଞ୍ଜାମ ଏବେ ତୃତୀୟ ସ୍ଥାନରେ ରହିଛି । ୫୫ଜଣ ଆକ୍ରାନ୍ତ ସହ ଯାଜପୁର ପ୍ରଥମ ସ୍ଥାନରେ ରହିଥିବା ବେଳେ ୫୦ଜଣ ଆକ୍ରାନ୍ତଙ୍କ ସହ ଖୋର୍ଦ୍ଧା ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି କେନ୍ଦ୍ରାପଡାରେ ଦୀର୍ଘ ଦିନ ଧରି ପଜିଟିଭ୍ ଚିହ୍ନଟ ହୋଇନଥିବା ବେଳେ ପୁଣି ୫ଜଣ ଚିହ୍ନଟ ହେବା ପ୍ରଶାସନର ଚିନ୍ତାକୁ ବଢ଼ାଇ ଦେଇଛି । ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି । ପ୍ରବାସୀ ଓଡ଼ିଆ ମାନେ ରାଜ୍ୟକୁ ଫେରିବା ପରେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ପାଇବାରେ ଲାଗିଛି ।

ସୁରତରୁ ପ୍ରବାସୀ ମାନେ ଗଞ୍ଜାମ ଫେରିବା ପରେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ପାଇଥିଲା । ପ୍ରବାସୀ ମାନଙ୍କ ଯୋଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏ ନେଇ ହାଇକୋର୍ଟ୍ ନୂତନ ନିର୍ଦେଶନାମା ଜାରି କରିଛନ୍ତି । ପ୍ରବାସୀ ମାନେ ଓଡ଼ିଶାକୁ ଫେରିବା ପୂର୍ବରୁ ସେମାନେ କରୋନା ନେଗେଟିଭ୍ ସାର୍ଟିଫିକେଟ ଦେଖାଇବା ବାଧ୍ୟତାମୂଳକ କରିଛନ୍ତି । ଉଚ୍ଚନ୍ୟାୟାଳୟଙ୍କ ଏହି ନିର୍ଦେଶ ଫଳରେ ସୁରଟରୁ ଆସିବାକୁ ଥିବା ତିନିଗୋଟି ଟ୍ରେନକୁ ବାତିଲ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *