ମନଦୀପ ସିଂହ ଜେଏସ୍ଏଲ୍ ଲାଇଫ ଷ୍ଟାଇଲ୍ ର ନୂଆ ସିଇଓ
ଭୁବନେଶ୍ୱର, ୧୦/୪/୨୦୧୯: ଜିନ୍ଦଲ ଷ୍ଟେନଲେସ୍ (ହିସାର) ଲିମିଟେଡ୍ ର ସହଯୋଗୀ ସଂସ୍ଥା ଜେଏସ୍ଏଲ୍ ଲାଇଫ ଷ୍ଟାଇଲ୍ ଲିମିଟେଡ୍ ପକ୍ଷରୁ ମନଦୀପ ସିଂହଙ୍କୁ କଂପାନିର ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଭାରତ ଓ ଆନ୍ତର୍ଜାତିକ ବଜାରରେ ଅଗ୍ରଣୀ ବିଶ୍ୱ ସ୍ତରୀୟ ଓ ସ୍ଥାନୀୟ ବ୍ରାଣ୍ଡ କୁ ଦିଗଦର୍ଶନ ପ୍ରଦାନ କରିବାରେ ତାଙ୍କର ଦୀର୍ଘ ୨୮ ବର୍ଷରୁ ଅଧିକ ସମୟର ମ୍ୟାନେଜମେଂଟ୍ ଅଭିଜ୍ଞତା ରହିଛି । ଏହି ନୂତନ ଭୂମିକାରେ ସେ ଜେଏସ୍ଏଲ୍କୁ୍କୁ ଗୁରୁତ୍ୱପୂର୍ଣ୍ଣ ଓ ମାର୍କେଟିଂ ନେତୃତ୍ୱ ପ୍ରଦାନ କରିବ । କଂପାନିର ଟେବୁଲ୍ଓୟାର ଓ ହୋମ୍ ଡେକର୍, ବିସ୍ପୋକ୍ କିଚେନ୍, ପରିମଳ ସମାଧାନ, ବାଣିଜ୍ୟିକ କିଚେନ୍, ଭିତିଭୂମି, ରେଳବାଇ, ଓଇଏମ୍ ବ୍ୟବସାୟ ଏବଂ ପାଣି ପାଇପ୍ ସମାଧାନ ଆଦି ବ୍ୟବସାୟର ସେ ନେତୃତ୍ୱ ନେବେ । ଜେଏସ୍ଏଲ୍ର ବ୍ରାଣ୍ଡ୍ ଆର୍ଟଡି ଆଇନକ୍ସ ଏବଂ ଏଆର୍ସିର ଅଭିବୃଦ୍ଧି ଧାରାକୁ ମଧ୍ୟ ସେ ଆଗକୁ ବଢ଼ାଇବା କାମ କରିବେ ।
ଏହି ନିଯୁକ୍ତିକୁ ନେଇ ଶ୍ରୀ ସିଂହଙ୍କୁ କଂପାନିର ପରିଚାଳନା ନିର୍ଦେଶକ ଶ୍ରୀମତୀ ଦୀପିକା ଜିନ୍ଦଲ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ, “ମନଦୀପ ଜଣେ ବହୁତ ଭଲ ନେତୃତ୍ୱ ନେବା ଭଳି ବ୍ୟକ୍ତିତ୍ୱ ଯାହାଙ୍କ ପାଖରେ ଗୁରୁତ୍ୱପୂର୍ଣ୍ଣ ଭାବନା, ଜନ ସାଧାରଣଙ୍କ ସହ ଯୋଡ଼ି ହେବା ଏବଂ ପରିଚାଳନା ଉକ୍ରର୍ଷ ହାସଲ କରିବାର ବହୁତ ଭଲ ମିଶ୍ରଣ ରହିଛି । ତାଙ୍କୁ ବୋର୍ଡରେ ପାଇଥିବରୁ ଆମେ ଆଶା ରଖୁଛୁ ଯେ ବି୨ବି ଏବଂ ବି୨ସି ବ୍ୟବସାୟରେ ବାଣିଜ୍ୟିକ ଅଭିବୃଦ୍ଧି ତାଙ୍କର ବଳିଷ୍ଠ, ଅଣପାରମ୍ପରିକ ଭାବନା ଦ୍ୱାରା ତ୍ୱରାନ୍ୱିତ ହେବ ।’’
ଶ୍ରୀ ସିଂହ ଅନେକ ସଂସ୍ଥା ଯଥା ଫ୍ରଂଟିୟର ମାର୍କେଟସ୍, ବ୍ରାଣ୍ଡ୍ଟୋନ୍,ଡି-ଲାଇଟ୍ ଡିଜାଇନ୍, ୱେଷ୍ଟର୍ଣ୍ଣ ୟୁନିଅନ୍, ଅମୁଲ ଏବଂ ରିଡ୍ ଏକ୍ସଜିଭିସନ୍ର ସଫଳତା ସହିତ ନେତୃତ୍ୱ ନେଇଛନ୍ତି । ସେ ଅଭିନବ ବ୍ୟବସାୟ ଚିନ୍ତାଧାରା ଜରିଆରେ ଉଚ୍ଚ ମାନର ପ୍ରଦର୍ଶନ ବଜାୟ ରଖିଛନ୍ତି । ଜମ୍ମୁର ୟୁନିଭର୍ସିଟି ବିଜନେସ୍ ସ୍କୁଲ୍ରୁ ବିଜନେସ୍ ଆଡମିନିଷ୍ଟ୍ରେସନରେ ସେ ମାଷ୍ଟର୍ ଡିଗ୍ରି ହାସଲ କରିଥିବା ବେଳେ ତାଙ୍କର ଉପଭୋକ୍ତା ମାର୍କେଟିଂ ଓ ବିଜନେସ୍ ମଡେଲିଂରେ ବିପୁଳ ଅଭିଜ୍ଞତା ରହିଛି । ବଲିଉଡର ଚିନ୍ତାଧାରାକୁ ସେ ବହୁତ ସୁନ୍ଦରଭାବେ ନିଜର ପରିଚାଳନା, ମାର୍କେଟିଂ ବକ୍ତୃତା ଏବଂ ଲେଖାରେ ପ୍ରତିଫଳିତ କରିପାରୁଛନ୍ତି ।