ଏସିଆ ଫ୍ରୁଟ୍ ଲଜିଷ୍ଟିକା ପକ୍ଷରୁ ଭାରତୀୟ ବଜାରରେ ଏହାର ୧୧ତମ ସଂସ୍କରଣର ଘୋଷଣା

ଭୁବନେଶ୍ୱର, ଅପ୍ରେଲ ୨୨: ଏସିଆରେ ସତେଜ ଫଳ ଏବଂ ପନିପରିବା ପାଇଁ ଅଗ୍ରଣୀ ଆନ୍ତର୍ଜାତୀକ ଟ୍ରେଡ୍ ସମ୍ମିଳନୀ, ଏସିଆ ଫ୍ରୁଟ୍ ଲଜିଷ୍ଟିକା ପକ୍ଷରୁ ଏହାର ଆଗାମୀ ସଂସ୍କରଣର ଘୋଷଣା କରାଯାଇଛି, ଯାହାକି ହଙ୍ଗ କଙ୍ଗରେ ୪ ରୁ ୬ ସେପ୍ଟେମ୍ବର ୨୦୧୯ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି । ସବୁଜ ଉତ୍ପାଦ କ୍ଷେତ୍ରରେ ଅସମତୁଲ ସୂଯୋଗ ପ୍ରଦାନ ଏବଂ ଏଥି ସମ୍ପର୍କିତ ଭ୍ୟାଲୁ ଚେନ୍ ସହିତ, ଏସିଆ ଫ୍ରୁଟ୍ ଲଜିଷ୍ଟିକା ପକ୍ଷରୁ ଉଦ୍ୟୋଗୀ ମାନଙ୍କୁ ସହାୟତା କରି ନୂତନ ବ୍ୟବସାୟ ଯୋଗାଯୋଗ ଏବଂ ସେମାନଙ୍କ ଆବିଷ୍କାର ଏବଂ ଉତ୍ପାଦକୁ ଏକ ଆନ୍ତର୍ଜାତୀକ ସ୍ତରରେ ପ୍ରଦର୍ଶିତ କରିବାକୁ ଳକ୍ଷ୍ୟ ରଖିଛି ।
ଏସିଆର ଅଗ୍ରଣୀ ସତେଜ ଉତ୍ପାଦ ସମ୍ମିଳନୀ ସମ୍ପର୍କରେ ଏସିଆ ଫ୍ରୁଟ୍ ଲଜିଷ୍ଟିକା ପକ୍ଷରୁ ଏହାର ଭାରତୀୟ ପ୍ରତିନିଧି, ଶ୍ରୀଯୁକ୍ତ କେଇଥ୍ ସୁନ୍ଦରଲାଲ୍ କହିଛନ୍ତିଯେ, “ଏସିଆ ଫ୍ରୁଟ୍ ଲଜିଷ୍ଟିକା ପକ୍ଷରୁ କମ୍ପାନୀ ଲିଡ଼ର ମାନଙ୍କୁ ଏକ ବୃହତ୍ତ ପ୍ଲାଟଫର୍ମ ପ୍ରଦାନକରି ଏବଂ ବିଶ୍ୱସ୍ତରରେ ଯୋଡ଼ିହୋଇ ସମ୍ପୁର୍ଣ୍ଣ ବିଶ୍ୱରୁ କ୍ରେତା ଏବଂ ପ୍ରଦର୍ଶକ ମାନଙ୍କୁ ଆକର୍ଷିତ କରିପାରିଛି । ତିନି ଦିନଧରି ଚାଲିବାକୁ ଥିବା ଉକ୍ତ ଟ୍ରେଡ଼ ଫେୟାର ସମସ୍ତ ଆକାରର କମ୍ପାନୀ ମାନଙ୍କୁ ନୂତନ ସପ୍ଲାଏର ପାଇବାରେ ଏବଂ ସମ୍ପର୍କ ଗଢିବା ମାଧ୍ୟମରେ ଏକ ବିସ୍ତୃତ ବ୍ୟବସାୟ ସୂଯୋଗ ପ୍ରଦାନ କରିବ । ସତେଜ ଉତ୍ପାଦ ବିଭାଗରେ ଏହା ହେଉଛି ବୃଦ୍ଧି ପାଉଥିବା ଉଦ୍ୟୋଗ ଭିତ୍ତିକ କାର୍ଯ୍ୟକ୍ରମ, ଯାହାକି ଅହେତୁକ ପରିବର୍ତ୍ତନୀୟ ପ୍ରଥା ଏବଂ ପ୍ରଯୁକ୍ତିରେ ଉନ୍ନତି କରିବାକୁ ଯାଉଛି ।”
ନିକଟରେ ଉକ୍ତ ଟ୍ରେଡ଼ ଫେୟାର, ଫ୍ରୁଟ୍ ଲଜିଷ୍ଟିକା, ଯାହାକି ୬ରୁ ୮ ଫେବୃୟାରୀ ୨୦୧୯ରେ ବର୍ଲିନ୍ ଏବଂ ଜର୍ମାନୀରେ ଅନୁଷ୍ଠିତ ହୋଇଥିଲା, ସେଥିରେ ୧୩୫ଟି ଦେଶରୁ ୭୮,୦୦୦ରୁ ଅଧିକ ବ୍ୟବସାୟ ଆଗନ୍ତୁକମାନେ ଭାଗନେଇଥିଲେ । ଏହା ଆହୁରୀ ମଧ୍ୟ ସତେଜ ଫଳ ଏବଂ ପନିପରିବା
ସମ୍ମିଳନୀ ପାଇଁ ବିଶ୍ୱର ଅଗ୍ରଣୀ କାର୍ଯ୍ୟକ୍ରମ ରୂପେ ପରିଗଣିତ । ଚଳିତ ବର୍ଷ ଫ୍ରୁଟ୍ ଲଜିଷ୍ଟିକା ନୂତନ ବ୍ୟବସାୟ ଚୁକ୍ତି ସହିତ ଉକ୍ତୃଷ୍ଟ ଫଳାଫଳ ପାଇପାରିଛି । ଏସିଆ ଫ୍ରୁଟ୍ ଲଜିଷ୍ଟିକା ସହିତ ଏହା ଏହାର ବିଶେଷ ଜ୍ଞାନକୁ ବିଶ୍ୱରେ ସବୁଠାରୁ ଦୃତ ଅଭିବୃଦ୍ଧିଶୀଳ ବଜାର, ଏସିଆକୁ ଆଣିପାରିଛି । ଯେଉଁ ପ୍ରଦର୍ଶକମାନେ ସେମାନଙ୍କର ଉତ୍ପାଦ ଏବଂ ସେବାକୁ ଏସିଆ ଫ୍ରୁଟ୍ ଲଜିଷ୍ଟିକାରେ ପ୍ରଦର୍ଶିତ କରିବାକୁ ଅତ୍ୟନ୍ତ ଉତ୍ସାହୀ ଅଛନ୍ତି ସେମାନଙ୍କର ଅଫିସିଆଲ ୱେବସାଇଟ https://www.asiafruitlogistica.com/en/Exhibitors/ ରେ ପଞ୍ଜିକରଣ ପାଇଁ ପରାମର୍ଶ ଦିଆଯାଉଛି ।

Spread the love

Leave a Reply

Your email address will not be published. Required fields are marked *