ପୁଣି ମୋଦିଙ୍କୁ ସମର୍ଥନ କଲେ ନବୀନ, ଏକକାଳୀନ ନିର୍ବାଚନକୁ ସବୁଜ ସଂକେତ

ସମଦୂରତାର ଡିଣ୍ଡିମ ପିଟୁଥିବା ନବୀନ ପଟ୍ଟନାୟକ ପୁଣି ମୋଦି ସରକାରଙ୍କୁ ସମର୍ଥନ ଜଣାଇଛନ୍ତି | ଏକକାଳୀନ ନିର୍ବାଚନକୁ ନବୀନ ସମର୍ଥନ ଜଣାଇବା ସହ ମୋଦିଙ୍କ ସ୍ଵରରେ ତାଳ ମିଶାଇଛନ୍ତି | ସେ କହିଛନ୍ତି ଯେ ଲୋକଙ୍କ ପାଇଁ କାମ କରିବାକୁ ଆମେ ନିର୍ବାଚିତ ହୋଇଛୁ । କିନ୍ତୁ ପ୍ରତିବର୍ଷ ନିର୍ବାଚନ ହେଉଥିବାରୁ ଲୋକଙ୍କ ପାଇଁ କାମ କରିବାକୁ ସମସ୍ୟା ସୃଷ୍ଟି ହେଉଛି । ଏଣୁ ଏକକାଳୀନ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବକୁ ଆମେ ସମର୍ଥନ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାପୂର୍ବରୁ ଏକକାଳୀନ ନିର୍ବାଚନ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ମତାମତ ଲାଗି ଲ’ କମିଶନ ଏକ ପତ୍ରଲେଖିଥିଲା । ଏହାର ଜବାବରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ସମଦୂରତାର କଥା କହୁଥିବା ନବୀନ କିନ୍ତୁ ବହୁ କ୍ଷେତ୍ରରେ ମୋଦି ସରକାରଙ୍କର ନିଷ୍ପତିରେ ସମ୍ମତି ଜଣାଇଛନ୍ତି | ଯାହା ନବୀନଙ୍କର ମୋଦିଙ୍କ ପ୍ରତି ଥିବା ସମର୍ଥନ ହେଉ କିମ୍ଵା ଭୟକୁ ସ୍ପଷ୍ଟ କରୁଛି ଑ ଦେଶରେ ଏକକାଳୀନ ନିର୍ବାଚନ କରିବା ଲାଗି କେନ୍ଦ୍ରର ମୋଦି ସରକାର ଦେଇଥିବା ପ୍ରସ୍ତାବକୁ ଦେଶର କିଛି ରାଜନୈତିକ ଦଳ ସମର୍ଥନ କରୁଥିବାବେଳେ ଆଉ କିଛି ବିରୋଧ କରୁଛନ୍ତି । ହେଲେ ଏହାକୁ ପୂର୍ବରୁ ଲ’ କମିଶନ ସମର୍ଥନ କରିସାରିଛି । କମିଶନର ଏକ ଆଭ୍ୟନ୍ତରୀଣ ରିପୋର୍ଟ ଅନୁସାରେ ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ କରାଯାଇପାରିବ । ଆୟୋଗର ସୁପାରିଶ ଅନୁସାରେ ୨୦୧୯ ଓ ୨୦୧୪ରେ ଦୁଇଟି ପର୍ଯ୍ୟାୟରେ ଏହାକୁ ଲାଗୁ କରାଯାଇପାରେ । ଏଥିପାଇଁ ସମ୍ବିଧାନ ଓ ଜନପ୍ରତିନିଧି ଆଇନରେ ସଂଶୋଧନ କରାଯିବାକୁ ସୁପାରିଶ କରାଯାଇଛି । ଏହି ଚିଠା ସୁପାରିଶ ଅନୁସାରେ ୨୦୧୯ରେ ସାଧାରଣ ନିର୍ବାଚନ ସହ ଆନ୍ଧ୍ର,ଆସାମ, ବିହାର,ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ନିର୍ବାଚନ କରାଯିବ । ସେହିପରି ୨ୟ ପର୍ଯ୍ୟାୟ ୨୦୧୪ରେ ଲୋକସଭା ନିର୍ବାଚନ ସହ ଏସବୁ ରାଜ୍ୟ ତାଲିକାରେ ସହ ଦିଲ୍ଲୀ, ଉତ୍ତରପ୍ରଦେଶ,ଗୁଜରାଟ, କର୍ଣ୍ଣାଟକ ଓ ପଂଜାବକୁ ଯୋଗ କରାଯିବ । ଏହି ସମୟ ସହ ତାଳ ଦେବା ପାଇଁ ସଂପୃକ୍ତ ରାଜ୍ୟମାନଙ୍କ ବିଧାନସଭାର କାର୍ଯ୍ୟକାଳକୁ ବୃଦ୍ଧି କରାଯିବ । ଅନ୍ୟପକ୍ଷରେ ୫ ବର୍ଷ ମଝିରେ କୌଣସି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଲେ ତା ପରେ ଏକ ଆସ୍ଥା ପ୍ରସ୍ତାବ (ବିରୋଧୀ ଦଳ ପାଇଁ) ମଧ୍ୟ ଆସିବ । ଏହା ଦ୍ୱାରା ଯଦି ଏକ ବିକଳ୍ପ ସରକାର ଗଠନ ପାଇଁ ବିରୋଧୀ ଦଳଙ୍କ ପାଖରେ ଆବଶ୍ୟକ ସଂଖ୍ୟା ନଥାଏ ତେବେ ସରକାର ଭଙ୍ଗାଯାଇପାରିବ ନାହିଁ ।

Spread the love

Leave a Reply

Your email address will not be published. Required fields are marked *