ଅପରାହ୍ନ ୫ଟା ସୁଦ୍ଧା ଓଡ଼ିଶାରେ ୬୬ % ମତଦାନ

ଭୁବନେଶ୍ୱର, ଅପ୍ରେଲ ୨୮: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ କିଛି ସ୍ଥାନରେ ସନ୍ଧ୍ୟା ୬ଟା ଯାଏ ଜାରି ରହିଥିଲା । ଏହି ପର୍ଯ୍ୟାୟରେ ଆଜି ରାଜ୍ୟରେ ୬ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନ ପାଇଁ ମତଦାନ ହୋଇଛି ।

ରାଜ୍ୟରେ ଦିନ ୫ଟା ୩୦ ସୁଦ୍ଧା ୬୬ ପ୍ରତିଶତ ମତଦାନ ହୋଇଛି। ମୟୂରଭଞ୍ଜ ଜିଲ୍ଲାରେ ୬୬ ପ୍ରତିଶତ, ଯାଜପୁରରେ ୬୫ ପ୍ରତିଶତ ମତଦାନ ହୋଇଛି। କେନ୍ଦ୍ରାପଡ଼ାରେ ୬୫, ଜଗତସିଂହପୁରରେ ୬୪ ପ୍ରତିଶତ, ବାଲେଶ୍ୱର ୬୪ ପ୍ରତିଶତ ଏବଂ ଭଦ୍ରକ ୬୮ ପ୍ରତିଶତ ମତଦାନ ହୋଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଆଜି ସକାଳେ ଭୋଟଗ୍ରହଣ ଆରମ୍ଭ ହେବା ପରେ ସକାଳ ୯ଟା ସୁଦ୍ଧା ୯ ପ୍ରତିଶତ ମତଦାନ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଦିନ ୧୧ଟା ସୁଦ୍ଧା ୧୭ ପ୍ରତିଶତ, ଦିନ ୧ଟା ସୁଦ୍ଧା ୩୫ ପ୍ରତିଶତ ଓ ଦିନ ୩ଟା ସୁଦ୍ଧା ୫୩ ପ୍ରତିଶତ ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *