ମାସ୍କ ନ ବାନ୍ଧିଲେ ଫାଇନ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ମାସ୍କକୁ ବାଧ୍ୟତା ମୂଳକ କରାଯାଇଛି । ରାଜ୍ୟ କ୍ୟାବିନେଟରେ ମଧ୍ୟ ଏହାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।
ମାସ୍କ ନବାନ୍ଧି ବାହାରକୁ ବାହାରିଲେ ପ୍ରଥମ ତିନିଥର ପାଇଁ ଦୁଇ ଶହ ଟଙ୍କା ଲେଖାଏଁ ଜରିମାନା ଦେବାକୁ ହେବ । ସେହିପରି ଚତୁର୍ଥ ଥରଠାରୁ ୫ଶହ ଟଙ୍କା ଫାଇନ ଦେବାକୁ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । କରୋନାକୁ ମହାମାରୀ ବୋଲି ଘୋଷଣା କରାଯାଇଥିବା ବେଳେ ମହାମାରୀ ଆଇନ ୧୮୯୭ର ସଂଶୋଧନ କରାଯାଇ ଅଧ୍ୟାଦେଶ ୨୦୨୦ ଅଣାଯାଇଛି । ଏହି ଅଧ୍ୟାଦେଶକୁ କ୍ୟାବିନେଟର ମଞ୍ଜୁରୀ ମଧ୍ୟ ମଳିଛି ।
ନୂତନ ନିୟମ ଅନୁସାରେ ରାଜ୍ୟସରକାର କଠୋର ପଦକ୍ଷେପ ଗ୍ରହଣ କରିବେ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଇଛି । ଏପରିକି କୌଣସି ବ୍ୟକ୍ତି ଆଇନ ଉଲଂଘନ କଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ୨ବର୍ଷ କାରାଦଣ୍ଡ କିମ୍ବା ୧୦ହଜାର ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବାର ପ୍ରାବଧାନ ରଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *