କରୋନା କବଳରେ ଦୁଇ ଶିଶୁ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମଥର ପାଇଁ ଦୁଇଜଣ ଶିଶୁ କରୋନା ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତ ବିଳମ୍ବିତ ରାତ୍ରିରେ ପଜିିଟିଭ ଚିହ୍ନଟ ହୋଇଥିବା ୪ଜଣଙ୍କ ମଧ୍ୟରୁ ଏହି ଦୁଇଜଣ ଶିଶୁ ରହିଥିବା କୁହାଯାଇଛି । ଏହି ଶିଶୁ କନ୍ୟାଙ୍କର ବୟସ ୯ ଓ ୫ ବର୍ଷ । ସେମାନଙ୍କ ସହ ତାଙ୍କ ୩୭ବର୍ଷିୟ ମା’ ମଧ୍ୟ କରୋନା ଆକ୍ରାନ୍ତ ବୋଲି କୁହାଯାଇଛି । ଏହି ତିନିଜଣଙ୍କ ଘର ଝାରପଡା ଅଂଚଳରେ । ଏକ ମାତ୍ର କରୋନା ମୃତକଙ୍କର ସେମାନେ ସମ୍ପର୍କୀୟ ହୋଇଥିବା ବେଳେ ସେମାନେ ମୃତକଙ୍କୁ ଏମ୍ସ ଦେଖିବାକୁ ଯାଇଥିଲେ । କଣ୍ଟାକ୍ଟ ଟ୍ରେସିଂରେ ସେମାନଙ୍କର ପଜିଟିଭ ବାହରିଥିବା ବେଳେ ସେମାନଙ୍କୁ କିମ୍ସ କୋଭିଡ ହସ୍ପିଟାଲକୁ ପଠାଯାଇଛି ।
ସେହିପରି ଅନ୍ୟଜଣଙ୍କ ଘର କଳାହାଣ୍ଡି ଗୋଲାମୁଣ୍ଡା ଅଂଚଳରେ । ପୂର୍ବରୁ କଳାହାଣ୍ଡିରୁ ପଜିଟିଭ ବାହରିଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ସେ ଆସିଥିଲେ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବେହେରାଗୁଡ଼ାର ୨୦ ବର୍ଷିଅ ଯୁବକ ମାର୍ଚ୍ଚ ୨୦ ଓ ୨୧ ଅପରାହ୍ଣରେ ସାଙ୍ଗମାନଙ୍କ ସହ ମିଶିଥିଲେ । ଏହା ପରେ ସେ ମାର୍ଚ୍ଚ ୨୨ରୁ ୨୪ ଯାଏଁ ଘରେ ଥିଲେ । ମାର୍ଚ୍ଚ ୨୫ରେ ସେ ଗାଁର ଗ୍ରୋସରୀ ଦୋକାନକୁ ଯାଇଥିଲେ । ଏହା ପରେ ସେ ମାର୍ଚ୍ଚ ୨୬ରୁ ଏପ୍ରିଲ ୩ ଯାଏଁ ବାହାରକୁ ଯାଇ ନଥିଲେ ।

Spread the love

Leave a Reply

Your email address will not be published. Required fields are marked *