କୋହଳ ପରେ ବି ୧୦ ଜିଲ୍ଳାରେ ଗଡିବନି ଗାଡି

ଭୁବନେଶ୍ୱର: କେନ୍ଦ୍ର ସରକାର ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଅବଧି ବଢ଼ାଇବା ପରେ ରାଜ୍ୟ ସରକାର ନୂଆ ନିର୍ଦେଶନାମା ଜାରି କରିଛନ୍ତି । ବିଶେଷକରି ଯାନବାହନ ଚଳାଚଳକୁ ଏହି ପର୍ଯ୍ୟାୟରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିବାବେଳେ ହାଇରିସ୍କ ଥିବା ଓଡ଼ିଶାର ୧୦ଟି ଜିଲ୍ଲାର ସହରାଞ୍ଚଳରେ କୌଣସି ମତେ ଘରୋଇ ଗାଡ଼ି ଚଳାଚଳ ନକରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଏହି ୧୦ ଜିଲ୍ଲାରେ କେବଳ ଜରୁରିକାଳୀନ ଓ ଅତ୍ୟାବଶ୍ୟକ ସେବା ପାଇଁ ହିଁ ଘରୋଇ ଗାଡ଼ି ଚଳାଚଳ କରିବ । ସେହି ଜିଲ୍ଲାଗୁଡ଼ିକ ମଧ୍ୟରେ ଖୋର୍ଦ୍ଧା, ଭଦ୍ରକ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କଟକ, ପୁରୀ, ଯାଜପୁର, କଳାହାଣ୍ଡି, ବାଲେଶ୍ୱର ଏବଂ ଢେଙ୍କାନାଳ ଜିଲ୍ଲା ରହିଥିବାବେଳେ ଏଠାରୁ କରୋନା ଆକ୍ରାନ୍ତ ରହିଛନ୍ତି ।
ପୂର୍ବରୁ ୯ଟି ଜିଲ୍ଲାରେ କରୋନା ବ୍ୟାପିଥିବା ବେଳେ ଗତକାଲି ବାଲେଶ୍ୱରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ କରୋନା ତାଲିକାରେ ରାଜ୍ୟର ୧୦ ଜିଲ୍ଲା ସାମିଲ ହୋଇଥିବା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ବିସ୍ତୃତ ଭାବେ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *