ବାଲେଶ୍ୱରରୁ ପୁଣି ୨ଜଣ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଯାଜପୁରରେ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ବାଲେଶ୍ୱରରେ ପୁଣି ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ସଂପର୍କରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଜଣେ ମହିଳା ହୋଇଥିବା ବେଳେ ମହିଳାଙ୍କ ବୟସ ୫୫ ବର୍ଷ ଓ ପୁରୁଷଙ୍କ ବୟସ ୩୬ ବର୍ଷ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏହି ଦୁଇ ଆକ୍ରାନ୍ତ ପୂର୍ବ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ।
ଏହି ଆକ୍ରାନ୍ତଙ୍କ ଫଳରେ ବାଲେଶ୍ୱରର ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚିଥିବା ବେଳେ ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୩୩ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ଏବେ ୫୫ଜଣ ଚିକିତ୍ସିତ ହେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *