ଗଞ୍ଜାମକୁ ଡେଇଁଲା କରୋନା

ଭୁବନେଶ୍ୱର: ଗ୍ରୀନ୍ ଜୋନ୍ ମଧ୍ୟରେ ଥିବା ଗଞ୍ଜାମ ଜିଲ୍ଲାରେ ପାଦ ଥାପିଛି କରୋନା । ପ୍ରଥମଥର ପାଇଁ ଗଞ୍ଜାମ ଜିଲ୍ଲାରେ ଦୁଇ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ଦୁଇ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଯୁବକ ଦୁଇଜଣଙ୍କ ବୟସ ୨୨ ବର୍ଷ ଓ ୧୭ ବର୍ଷ । ସେମାନେ ନିକଟରେ ସୁରତରୁ ଫେରି ପ୍ରଶାସନର ସଂଗରୋଧ କେନ୍ଦ୍ରରେ ରହିଥିଲେ । ତେବେ ବର୍ତ୍ତମାନ ସେମାନଙ୍କର ପଜିଟିଭ୍ ଆସିବା ପରେ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରାଉଛି ।

ସେହିପରି ଝାରସୁଗୁଡାରୁ ମଧ୍ୟ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ଫଳରେ ରାଜ୍ୟରେ କରୋନ ରୋଗୀଙ୍କ ସଂଖ୍ୟା ୧୬୦କୁ ବୃଦ୍ଧି ପାଇଛି । ବର୍ତ୍ତମାନ ବିଭିନ୍ନ ଡାକ୍ତରଖାନାରେ ୧୦୩ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ୫୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଝାରସୁଗୁଡାର ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇ ୨ରେ ପହଞ୍ଚିଛି । ଚିହ୍ନଟ ମହିଳାଙ୍କ ବୟସ ୪୦ ବର୍ଷ ହୋଇଥିବା ବେଳେ ସେ ପୂର୍ବ ଆକ୍ରାନ୍ତଙ୍କ ସଂପର୍କୀୟ ବୋଲି ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *