ସେବା ପାଇଁ ୪୪୩ ବିମାନ ଉଡାଣ ହୋଇଛି

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ, ଆଲାଏନ୍ସ ଏୟାର, ଆଇଏଏଫ ଏବଂ ଘରୋଇ ବିମାନ କମ୍ପାନୀ ଦ୍ୱାରା ଜୀବନରେଖା ବା ଲାଇଫ୍ ଲାଇନ ଉଡାଣ ଅଧୀନରେ 443 ବିମାନ ଚଳାଚଳ କରିଛି । ଏଥିମଧ୍ୟରୁ 265ଟି ଉଡାନ ଏୟାର ଇଣ୍ଡିଆ ଏବଂ ଆଲାଏନ୍ସ ଏୟାର ଦ୍ୱାରା ଚଳାଚଳ କରିଛି । ଏପର୍ଯ୍ୟନ୍ତ ପ୍ରାୟ 821.07 ଟନ୍ ସାମଗ୍ରୀ ବା କାର୍ଗୋ ପରିବହନ କରାଯାଇଛି ଏବଂ 4,34,531 କିମିରୁ ଅଧିକ ଆକାଶ ମାର୍ଗରେ ଯାତ୍ରା କରାଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ଲାଇଫ୍ ଲାଇନ ଉଡାଣ ପରିଚାଳନା କରାଯାଉଛି, ଯାହାଦ୍ୱାରା କୋଭିଡ଼-19 ବିରୁଦ୍ଧରେ ଭାରତର ଲଢେଇକୁ ସମର୍ଥନ କରିବା ପାଇଁ ଦେଶର ଦୂରଦୁରାନ୍ତ ଅଂଚଳରେ ଆବଶ୍ୟକ ଚିକିତ୍ସା ସାମଗ୍ରୀ ପରିବହନ କରାଯାଉଛି । ଏଥିରେ ମୁଖ୍ୟତଃ ପୂର୍ବୋତ୍ତର ଅଂଚଳ, ଦ୍ୱୀପ ଏବଂ ପାହାଡିଆ ରାଜ୍ୟଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯାଇଛି ।

ପୱନହଂସ ଲିମିଟେଡ଼ ସହିତ ହେଲିକପ୍ଟର ସେବାଗୁଡ଼ିକୁ ଜମ୍ମୁ ଏବଂ କଶ୍ମୀର, ଲଦ୍ଦାଖ, ଦ୍ୱୀପଗୁଡ଼ିକ ଏବଂ ପୂର୍ବୋତ୍ତର କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା କାର୍ଗୋ ଏବଂ ରୋଗୀଙ୍କୁ ପରିବହନ କରୁଛି । ପୱନହଂସ 3 ମଇ, 2020 ପର୍ଯ୍ୟନ୍ତ 7,729 କିଲୋମିଟରର ଯାତ୍ରା କରି 2.27 ଟନ କାର୍ଗୋ ପରିବହନ କରିଛି ।

ଘରୋଇ କାର୍ଗୋ ଅପରେଟର ସ୍ପାଇସଜେଟ୍, ବ୍ଲୁଡାଇ, ଇଣ୍ଡିଗୋ ଏବଂ ବିସ୍ତାରା ବାଣିଜ୍ୟିକ ଆଧାରରେ କାର୍ଗୋ ଉଡାଣ ଚଳାଚଳ କରୁଛନ୍ତି । ସ୍ପାଇସ୍ଜେଟ୍ 24 ମାର୍ଚ୍ଚରୁ 3 ମଇ 2020 ମଧ୍ୟରେ 13,31,226 କିଲ%

Spread the love