ପୁଣି ୨୪, ଶୀର୍ଷରେ ଗଞ୍ଜାମ

ଭୁବନେଶ୍ୱର: ଗଞ୍ଜାମରୁ ପୁଣି ୨୪ଜଣ ଆକ୍ରାନ୍ତ ଚିହ୍ନଟ । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୧ରେ ପହଞ୍ଚିଛି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟାରେ ଶୀର୍ଷରେ ପହଞ୍ଚିଛି ଗଞ୍ଜାମ ଜିଲ୍ଲା । ପୂର୍ବାହ୍ନରେ ୧୯ଜଣ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ୨୪ଜଣ ଚିହ୍ନଟ ହେବା ଜିଲ୍ଲା ଓ ରାଜ୍ୟ ପ୍ରଶାସନର ମୁଣ୍ଡବ୍ୟଥା ବଢ଼ାଇ ଦେଇଛି ।

ସୁରଟରୁ ପ୍ରବାସୀ ଓଡ଼ିଆ ଫେରିବା ପରେ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବଢ଼ିବାରେ ଲାଗିଥିଲା । ମାତ୍ର ଗତ ଦୁଇଦିନ ହେବ ଏଠାରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କେବଳ ସେତିକି ନୁହେଁ ପ୍ରବାସୀ ଓଡ଼ିଆଙ୍କ ଫେରିବା ପରେ ଖୋର୍ଦ୍ଧା, ମୟୁରଭଞ୍ଜ, ଜଗତସିଂହପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଯୋଗୁ ହାଇକୋର୍ଟ ଏହା ଉପରେ ରୋକ୍ ଲଗାଇଥିଲେ । ମାତ୍ର ଉଚ୍ଚ ନ୍ୟାୟାଳୟର ଏହି ରୋକ୍ ଉପରେ ସୁପ୍ରିମକୋର୍ଟ୍ ସ୍ଥଗିତା ଦେଶ ଜାରି କରିଛନ୍ତି । ପଳରେ ପୁଣି ପ୍ରବାସୀ ମାନେ ଓଡ଼ିଶା ଫେରିବା ନିଶ୍ଚିତ ହୋଇଯାଇଛି ।

କେବଳ ଗଞ୍ଜାମ ନୁହେଁ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଜଣେ ଆକ୍ରାନ୍ତ ଚିହ୍ନଟ୍ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୦ରେ ପହଞ୍ଚିଛି । ସେଥି ମଧ୍ୟରୁ ୨୦୩ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ରାଉରକେଲାରେ ଆଜି ଜଣେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୬୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ଦିଆଯାଇଛି । ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୭୧ ଥିବା ବେଳେ ଖୋର୍ଦ୍ଧାରେ ୫୦ ଓ ଯାଜପୁରରେ ୫୫ଜଣ ଆକ୍ରାନ୍ତ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *