ରାଜ୍ୟରେ ପୁଣି ୧୪, ଗଞ୍ଜାମରୁ ୧୨

ଭୁବନେଶ୍ୱର: ରାଜ୍ୟରେ ପୁଣି ୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏଥିମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାର ରହିଛନ୍ତି ୧୨ଜଣ । ଫଳରେ ଗଞ୍ଜାମର ଆକ୍ରାନ୍ତଙ୍କ ସଂଖ୍ୟା ୮୩ରେ ପହଞ୍ଚିଛି ।

ସେହିପରି ସୁନ୍ଦରଗଡ଼ ଓ ଭଦ୍ରକ ଜିଲ୍ଲାର ମଧ୍ୟ ଜଣେ ଜଣେ ଆକ୍ରାନ୍ତ ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଆକ୍ରାନ୍ତଙ୍କ ଫଳରେ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୪କୁ ବୃଦ୍ଧି ପାଇଛି । ସେହିପରି ସୁନ୍ଦରଗଡ଼ର ଆକ୍ରାନ୍ତଙ୍କ ସଂଖ୍ୟା ୧୩ରେ ପହଞ୍ଚିଥିବା ବେଳେ ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି ।

ରାଜ୍ୟର ମୋଟ ୨୮୪ଜଣ ଆକ୍ରାନ୍ତଙ୍କ ମଧ୍ୟରୂୁ ଏବେ ବି ୨୧୯ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଏବଂ ୬୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମାତ୍ର ଗଞ୍ଜାମର ସମସ୍ତ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଗଞ୍ଜାମର କୌଣସି କରୋନା ରୋଗୀ ସୁସ୍ଥ ହୋଇ ନଥିବା ଜଣାପଡିଛି । ସୁରଟ ଫେରନ୍ତାଙ୍କ ପରେ ଗଞ୍ଜାମରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡିଛି । କରୋନା ମୁକାବିଲା ପାଇଁ ସେଠାରେ ରାଜ୍ୟସରକାରଙ୍କ ପକ୍ଷରୁ ତିନିଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ନିଯୁକ୍ତ ମଧ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *