ସୁବାସଙ୍କ ଦେହାନ୍ତରେ ନବୀନଙ୍କ ଶୋକ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ବିଜେଡ଼ି ନେତା ସୁବାସ ଚୌହାନଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି । ଟ୍ବିଟ୍ କରି ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ନବୀନ କହିଛନ୍ତି ଯେ, ସୁବାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ବହୁତ ଦୁଃଖିତ । ରାଜ୍ୟବାସୀଙ୍କ ପାଇଁ ତାଙ୍କ ଜନକଲ୍ୟାଣକାରୀ କାର୍ଯ୍ୟ ସର୍ବଦା ସ୍କରଣୀୟ ହୋଇ ରହିବ । ଏହା ସହ ସୁବାସଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି ।

ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ମାତ୍ର ୫୪ ବର୍ଷ ବୟସରେ ଆଜି ସୁବାସଙ୍କର ଦେହାନ୍ତ ଘଟିଛି । ସେ ଉଭୟ ଲିଭର କ୍ୟାନ୍ସର ଓ ହୃଦଘାତରେ ପୀଡିତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ୨୦୧୯ ମାର୍ଚ୍ଚ ୨୬ ତାରିଖରେ ସୁବାସ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ । ସେ କଳାହାଣ୍ଡି, ବରଗଡ ଏବଂ ବଲାଙ୍ଗିର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ସମ୍ଭାଳିଥିଲେ ।

Spread the love

Leave a Reply

Your email address will not be published. Required fields are marked *