ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଯୋଦ୍ଧା ସମ୍ମାନ
ଭୁବନେଶ୍ୱର, ୧୮/୦୫: ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ ଉତ୍ସବ ସାମାଜିକ ଦୂରତା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଯୁବନେତା ତଥା ସମାଜସେବୀ ମନୋଜ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଯୁବ ସମାଜସେବୀ ମାନଙ୍କୁ କରୋନା ଯୋଦ୍ଧା ସମ୍ମାନରେ ଉତ୍ତରୀୟ ଓ ପୁଷ୍ପ ଦେଇ ସମ୍ମାନୀତ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡାକ୍ତର ଦେବୀ ପ୍ରସନ୍ନ ସାହୁ କହିଥିଲେ ରୋଗକୁ ଘୃଣାକର କିନ୍ତୁ ରୋଗୀକୁ ନୁହେଁ । କରୋନା ପାଇଁ ଭୟଭୀତ ହୁଅନ୍ତୁ ନାହିଁ । ଏହା ଆଗରୁ ଆମ ଦେହରେ ଥିଲା ଓ ପରେ ମଧ୍ୟ ରହିବ । କେବଳ ବାରମ୍ବାର ହାତ ଧୋଇବା, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଅବଲମ୍ବନ କଲେ କରୋନା ଆମ୍ଭମାନଙ୍କୁ ସ୍ପର୍ଶ କରି ପାରିବ ନାହିଁ । ସଚେତନ ହେବା ଆବଶ୍ୟକ ।
ଅନ୍ୟମାନଙ୍କ ମଧ୍ୟରେ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରର ଜନସ୍ୱାସ୍ଥ୍ୟ ପରିଚାଳକ ହେମନ୍ତ ଜେନା ଯୋଗଦେଇ ଆଶାକର୍ମୀ ଓ ନର୍ସମାନଙ୍କୁ ପ୍ରଶଂସା କରିବା ସହିତ ସମାଜସେବୀ ମନୋଜ ସାହୁଙ୍କୁ ଷାଠିଏ ଦିନର ସମାଜସେବାରେ ନିୟୋଜିତ ରହି ବିଭିନ୍ନ କାର୍ଯ୍ୟକ୍ରମ ପାଇଁ କୃତଜ୍ଞତା ଜଣାଇଥିଲେ । ଅନ୍ୟତମ ଅତିଥି ଭାବେ ସମାଜସେବୀ ତଥା ସୁକାନ୍ତ ରାଉତ ଯୋଗଦେଇ ଯୁବ ସମାଜସେବୀ ମାନଙ୍କୁ ସମ୍ମାନୀତ କରିଥିଲେ ।