ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ବାତ୍ୟା ସ୍ଥିତି ଅନୁଧ୍ୟାନ କଲେ

ଭୁବନେଶ୍ୱର: ପ୍ରଳୟଙ୍କରୀ ବାତ୍ୟା ଆମ୍ଫାନ୍ ଗତକାଲି ତାଣ୍ଡବ ରଚିଥିଲା । ଗତବର୍ଷ ବାତ୍ୟା ଫନି ରାଜ୍ୟରେ ଯେଉଁଭଳି କ୍ଷୟକ୍ଷତି ଘଟାଇଥିଲା, ବାତ୍ୟା ଆମ୍ଫାନ୍ ଯୋଗୁଁ ସେଭଳି ଓଡ଼ିଶା କ୍ଷତିଗ୍ରସ୍ତ ହୋଇନଥିଲେ ମଧ୍ୟ ଅନେକ ସ୍ଥାନରେ କ୍ଷୟକ୍ଷତି ହୋଇଛି ।

ରାଜ୍ୟର ୪ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଆମ୍ଫାନ୍ ବାତ୍ୟାର ପ୍ରଭାବ ବେଶି ପଡ଼ିଥିଲା ଓ ସେଠାରେ କ୍ଷୟକ୍ଷତି ମଧ୍ୟ ହୋଇଛି । ସେଥିପାଇଁ ଆଜି ଆକାଶ ମାର୍ଗରୁ ରାଜ୍ୟରେ କ୍ଷୟକ୍ଷତି ଓ ବାତ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ସ୍ଥିତି ଅନୁଧ୍ୟାନ ପରେ ଫସଲର ବ୍ୟାପକ କ୍ଷୟକ୍ଷତି ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଭିତ୍ତିଭୂମି କାର୍ଯ୍ୟ ତ୍ୱରିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଶୁକ୍ରବାର ସକାଳ ସୁଦ୍ଧା ସଡ଼କ ଯୋଗାଯୋଗ ସ୍ୱାଭିବିକ କରିବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି । ସେହିପରି ସେସୁ ଅଧିନରେ ଥିବା ବିଦ୍ୟୁତ ଯୋଗାଣ ୨୪ଘଣ୍ଟାରେ ଓ ନେସ୍କୋ ଅଧିନରେ ଥିବା ବିଦ୍ୟୁତ ଯୋଗାଣ ୭୨ଘଣ୍ଟାରେ ସ୍ୱାଭାବିକ କରିବାକୁ କୁହାଯାଇଛି । ୩ଦିନ ଭିତରେ ଫସଲ ଓ ସପ୍ତାହକ ଭିତରେ ଘର ଭଙ୍ଗା କ୍ଷୟକ୍ଷତିର ଆକଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଉଲ୍ଲେଖଯୋଗ୍ୟ ଯେ ବାତ୍ୟାରେ ୮୯ଟି ବ୍ଲକର ୧୫୦୦ ଗ୍ରାମପଞ୍ଚାୟତ ପ୍ରଭାବିତ ହୋଇଛି । ୧୫୦୦ ଗ୍ରାମପଞ୍ଚାୟତର ୪୪ଲକ୍ଷ ୮୦ହଜାର ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *