ଆରମ୍ଭ ହେଲା ସିଟି ବସ୍ ଓ ଅଟୋ ସେବା

ଭୁବନେଶ୍ୱର: ରାଜ୍ୟରେ ଦୀର୍ଘ ଦୁଇମାସ ପରେ ସିଟି ବସ୍ ଓ ଅଟୋ ସେବା ଆରମ୍ଭ ହୋଇଛି । ଏ ନେଇ ରାଜ୍ୟସରକାର ବିଧବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବା ପରେ ଏହି ବସ୍ ସେବା ଆରମ୍ଭ ହୋଇଛି ।

ଯାତ୍ରୀ ମାନଙ୍କ ପାଇଁ ରାଜ୍ୟ ସରକାର କିନ୍ତୁ ନୂଆ ନିୟମ ଲାଗୁ କରିଥିବା ବେଳେ ବସ୍ ସେବାରେ ମଧ୍ୟ ନୂଆ ନିୟମ ଲାଗୁ କରିଛନ୍ତି । ବସ୍ କ୍ଷମତା ଅନୁସାରେ ଯାତ୍ରୀ ବସି ଯିବା ଆସିବା କରିବେ ଏବଂ କୌଣସି ବ୍ୟକ୍ତି ଛିଡା ହୋଇ ଯାଇ ପାରିବେ ନାହିଁ ବୋଲି ରାଜ୍ୟସରକାର ନିୟମ ଲାଗୁ କରିଛନ୍ତି । ଏହି ନିୟମ ଅନୁସାରେ ଆଜିଠାରୁ ରାଜଧାନୀରେ ସିଟିବସ୍ ସେବା ଆରମ୍ଭ ହୋଇଛି । ଦୀର୍ଘ ଦୁଇମାସ ପରେ ରାଜଧାନୀର ରାଜରାସ୍ତାରେ ବସ ଗଡ଼ିଥିବା ଦେଖା ଦେଇଛି ।

ସେହିପରି ଅଟୋ ସେବା ମଧ୍ୟ ଆରମ୍ଭ ହୋଇଛି । ଅଟୋରେ ମାତ୍ର ଦୁଇଜଣ ଯାତ୍ରୀ ଯାଇପାରିବେ ବୋଲି ମଧ୍ୟ ସରକାରୀ ନିୟମ ହୋଇଛି । ଏହି ଦୁଇଜଣ ଯାତ୍ରୀଙ୍କ ନିୟମକ ଅଟୋ ମହାସଂଘ ବିରୋଧ କରୁଥିଲେ ମଧ୍ୟ ରାଜଧାନୀର ରାଜରାସ୍ତାରେ ଅଟୋ ଚଳାଚଳ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି ।

ସେହିପରି ଟାକ୍ସି ସେବାକୁ ରାଜ୍ୟସରକାର ଅନୁମତି ପ୍ରଦାନ କରିଥିବା ବେଳେ ଭଡା ଟାକ୍ସିରେ ଡ୍ରାଇଭରଙ୍କୁ ଛାଡି ଦୁଇଜଣ ଯାତ୍ରୀ ଯାଇପାରିବେ ବୋଲି କୁହାଯାଇଛି । ସାଧାରଣ ବସ୍ ସେବାକୁ ଅନୁମତି ପ୍ରଦାନ କରାଯାଇଥିଲେ ମଧ୍ୟ ଯାତ୍ରୀବାହୀ ବସ୍ ସେବା ଆରମ୍ଭ ହୋଇନଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *