୨୪ ଘଣ୍ଟାରେ ୧୦୩ ପଜିଟିଭ୍ ଚିହ୍ନଟ, ଦେବଗଡ଼ରୁ ସର୍ବାଧିକ ୨୨
ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୧୦୩ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ସର୍ବାଧିକ ପଜିଟିଭ୍ ଦେବଗଡ଼ରୁ ରହିଛନ୍ତି ।
ଦେବଗଡ଼ରୁ ସର୍ବାଧିକ ୨୨ଜଣ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରୁ ୮ଜଣ, ବଲାଙ୍ଗିରରୁ ୮ଜଣ, କୋରାପୁଟରୁ ୬ଜଣ, ଗଞ୍ଜାମରୁ ୪ଜଣ,କେନ୍ଦ୍ରାପଡାରୁ ୧୫ଜଣ, ମାଲକାନାଗିରିରୁ ୯ଜଣ, ଜଗତସିଂହପୁରରୁ ୧୦ଜଣ, ଖୋର୍ଦ୍ଧାରୁ ୫ଜଣ,ଗଜପତିରୁ ୬ଜଣ, ମୟୁରଭଞ୍ଜ, କେନ୍ଦଝର, ଯାଜପୁର, ଢ଼େଙ୍କାନାଳ, ବାଲେଶ୍ୱର, କନ୍ଧମାଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮କୁ ବୃଦ୍ଧି ପାଇଛି ।
ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫୩ ହୋଇଥିବା ବେଳେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪୦, ବାଲେଶ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ୧୩୩ରେ ପହଞ୍ଚିଛି । ସେହିପରି ଦେଓଗଡ଼ର ଆକ୍ରାନ୍ତଙ୍କ ସଂଖ୍ୟା ୨୪ରେ ପହଞ୍ଚିଛି । ପୁରୀରେ ଆକ୍ରାନ୍ତଙ୍କ ସଂଖ୍ୟା ୮୧ରେ ପହଞ୍ଚିଥିବା ବେଳେ କେନ୍ଦ୍ରାପଡ଼ାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫ରେ ପହଞ୍ଚିଛି । ସେହିପରି ଖୋର୍ଦ୍ଧାର ଆକ୍ରାନ୍ତଙ୍କ ସଂଖ୍ୟା ୮୨ ହୋଇଥିବା ବେଳେ କଟକରେ ଆକ୍ରାନ୍ତଙ୍କ ସଂଖ୍ୟା ୫୯ ହୋଇଛି । ଖୋର୍ଦ୍ଧାରୁ ଚିହ୍ନଟ ବ୍ୟକ୍ତିଙ୍କ ମଧ୍ୟରୁ ଭୁବନେଶ୍ୱର ସବଡିଭିଜନରେ ୩ ଆକ୍ରାନ୍ତ୍ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ସବଡିଭିଜନରେ ୨ଜଣ ।
ଭୁବନେଶ୍ୱରର ବାଲିପାଟଣାରେ ଜଣେ, ଶିଶୁପାଳଗଡର ଜଣେ, ବିଏମସିର ଜଣେ, ସେହିପରି ଖୋର୍ଦ୍ଧା ବେଗୁନିଆ ବ୍ଲକ ହୀରାପୁର ପଞ୍ଚାୟତ ଗାଲଭାର ଗ୍ରାମର ୨ଜଣ ଆକ୍ରାନ୍ତ ଥିବା ଜଣାପଡିଛି । ଖୋର୍ଦ୍ଧା ବେଗୁନିଆ ବ୍ଲକ ହୀରାପୁର ପଞ୍ଚାୟତର ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତ ହେଉଛନ୍ତି ବାପପୁଅ । ଉଭୟ କ୍ବାରାନଟାଇନ୍ ସେଣ୍ଟରରେ ଥିଲେ । ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୯୬ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ସ୍ଥାନୀୟ ବାସିନ୍ଦା ବୋଲି କୁହାଯାଇଛି । ରାଜ୍ୟରେ ବର୍ତ୍ତମାନ ୮୮୧ଜଣ ସକ୍ରିୟ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି ।