୬୭ଜଣ ନୂଆ ପଜିଟିଭ୍, ୧୬୬୦ ହେଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ପୁଣି ୬୭ ନୂଆ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟର ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦ ହୋଇଛି । ପ୍ରବାସୀ ମାନଙ୍କ ଘରକୁ ଫେରିବା ପରେ ରାଜ୍ୟରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ନୂତନ ଭାବେ ଚିହ୍ନଟ ମାନଙ୍କ ମଧ୍ୟରୁ ସର୍ବାଧିକ ଆକ୍ରାନ୍ତ ଗଞ୍ଜାମ ଅଂଚଳର ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

ଗଞ୍ଜାମରୁ ୨୬ଜଣ ଚିହ୍ନଟ ହୋଇଥିବା ବେଳେ, ଯାଜପୁରରୁ ୧୧, ଖୋର୍ଦ୍ଧାରୁ ୧୧, ନୟାଗଡ଼ରୁ ୭, ସୋନପୁରରୁ ୪, ବଲାଙ୍ଗିର, ଜଗତସିଂହପୁର ଓ ସୋନପୁରରୁ ଦୁଇଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ କେନ୍ଦୁଝର୍ ଓ ବରଗଡ଼ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ବ୍ୟକ୍ତି ମାନଙ୍କ ମଧ୍ୟରେ ୬୫ଜଣ ଆକ୍ରାନ୍ତ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଦୁଇଜଣ ସ୍ଥାନୀୟ ବ୍ୟକ୍ତି ବୋଲି କୁହାଯାଇଛି ।

ଏହି ଚିହ୍ନଟଙ୍କ ଫଳରେ ୫ଜିଲ୍ଲା କରୋନାରେ ଶହେ ଟପିଯାଇଛି । ଗଞ୍ଜାମରେ ୩୯୪ ଆକ୍ରାନ୍ତ ରହିଥିବା ବେଳେ ଯାଜପୁରରେ ୨୫୩, ବାଲେଶ୍ୱର ୧୩୯, ଖୋର୍ଦ୍ଧା ୧୧୦ ଓ ଭଦ୍ରକର ଆକ୍ରାନ୍ତଙ୍କ ସଂଖ୍ୟା ୧୦୬ରେ ପହଞ୍ଚିଛି । ରାଜ୍ୟରେ ମୋଟ ୧୬୬୦ଜଣ ଆକ୍ରାନ୍ତଙ୍କ ମଧ୍ୟରୂୁ ୮୧୨ଜଣ ସୁସ୍ଥ ହୋଇଥିବା ବେଳେ ୮୪୧ଜଣ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି । ୭ଜଣଙ୍କର କରୋନାରେ ପ୍ରାଣ ଯାଇଛି ।

Spread the love

Leave a Reply

Your email address will not be published. Required fields are marked *