ଓଁ ସାଇ କ୍ଲବ୍ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର, ୨୫/୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ସହଯୋଗରେ ଆଜି ଓଁ ସାଇ କ୍ଲବ୍ ପକ୍ଷରୁ ୱାର୍ଡ ନଂ. ୨ର ଶିଖରଚଣ୍ଡୀ ନଗର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କ୍ୟାପିଟାଲ ହସ୍ପିଟାଲ ଡାକ୍ତର ଦେବାଶିଷ ମିଶ୍ର ଏବଂ ମିଳିତ ଡାକ୍ତରି ଦଳ ସହଯୋଗରେ ୩୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି ।

ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ଭୁବନେଶ୍ୱର ଯୁବ ଉପସଭାପତି ମିହିର କୁମାର ରାଉତ ୨ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ହରିଶ୍ ମୁର୍ମୁ, ଇନ୍‌ଫୋସିଟି ଥାନା ଅଧିକାରୀ ବିଶ୍ୱଜିତ୍ ମହାନ୍ତି, ଶିଖରଚଣ୍ଡୀ ନଗର ସଭାପତି ଭାରତ ପାଣିଗ୍ରାହୀ, ଉପସଭାପତି କେ. ଲକ୍ଷ୍ମୀ, ୨ ନମ୍ବର ୱାର୍ଡ ସଭାପତି ରାକେଶ ବିଶୋୟୀ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।

କରୋନା ମହାମାରୀ ସମୟରେ ରୋଗୀମାନଙ୍କ ପାଇଁ ରକ୍ତର ଅଭାବ ରହୁଥିବାରୁ ଉତ୍ତର ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ବର୍ତ୍ତମାନ ସୁଦ୍ଧା ୫ ଟି କ୍ୟାମ୍ପ ଜରିଆରେ ୧୫୦ ରୁ ଉର୍ଦ୍ଧ ୟୁନିଟ୍ ରକ୍ତ ସଂଗ୍ରହ କରିସାରିଛନ୍ତି । ଓଁ ସାଇ କ୍ଲବ୍‌ର ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବିମାନେ ପ୍ରଶଂସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *