‘ବିଶ୍ୱ ମହିଳା ଦିବସ’ ଉପଲକ୍ଷେ ସାଇକ୍ଲୋଥନ୍
ଭୁବନେଶ୍ୱର, ୫/୩: ସ୍ୱେଚ୍ଛାସେବୀ ସାମାଜିକ ସଂଗଠନ କର ଫାଉଣ୍ଡେସନ୍ ତରଫରୁ ମାର୍ଚ୍ଚ ୮ ବିଶ୍ୱ ମହିଳା ଦିବସ ଉପଲକ୍ଷେ ମହିଳା ସଶକ୍ତିକରଣ ଉଦ୍ଦେଶ୍ୟରେ ଏକ ସାଇକ୍ଲୋଥନ୍ ଭୁବନେଶ୍ୱରସ୍ଥିତ ସକାଳ ଘ. ୬.୩୦ ମିନିଟ୍ରେ ଶିଶୁଭବନ ଛକରୁ ମାଷ୍ଟରକ୍ୟାଣ୍ଟିନ୍ ଛକ ପର୍ଯ୍ୟନ୍ତ ଆୟୋଜିତ ହେବ । ସମାଜର ବିଭିନ୍ନ ବର୍ଗର ଲୋକ ଏହି ସାଇକ୍ଲୋଥନ୍ର ‘Empowering Women, Empowering Humanity’ ଲେଖାଥିବା ଟି’ସାର୍ଟ ପିନ୍ଧି ଏହି ସାଇକ୍ଲୋଥନ୍ରେ ଅଂଶଗ୍ରହଣ କରିବେ ।
ଆଜିର ସମାଜରେ ମହିଳାଟି ପ୍ରତ୍ୟେକ ସମୟରେ ନିର୍ଯ୍ୟାତନା, ଶୋଷଣ, ଦୁଷ୍କର୍ମ ପ୍ରଭୃତି ଅକଥନୀୟ ଅତ୍ୟାଚାରର ଶିକାର ହେଉଛି । ବିଗତ ଦିନରୁ ବିଶ୍ୱ ମହିଳା ଦିବସ ପାଳିତ ହୋଇଆସୁଅଛି । କିନ୍ତୁ ତଥାପି ମହିଳାଟି ସମାଜରେ ନିଜକୁ ସୁରକ୍ଷିତ ମନେ କରୁନାହିଁ । ଏହି ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଆୟୋଜିତ ଉପରୋକ୍ତ ସାଇକ୍ଲୋଥନ୍ର ଯୋଗଦେବା ନିମନ୍ତେ ଅନୁଷ୍ଠାନର ଅଧ୍ୟକ୍ଷ ତଥା ଚଳଚ୍ଚିତ୍ର ଅଭିନେତା ଚନ୍ଦନ କର ନିବେଦନ କରିଛନ୍ତି ।
ଏହି ସାଇକ୍ଲୋଥନ୍ରେ ସମାଜର ବିଭିନ୍ନ ବର୍ଗରୁ ଯଥା – ଅଭିନେତା ଅଭିନେତ୍ରୀ, ପୋଲିସ୍, ସାମାଜିକ କର୍ମୀ ଓ ସାମ୍ବାଦିକ ବନ୍ଧୁମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ମୋବାଇଲ୍ ନଂ. ୮୭୬୩୭୨୩୭୭୨ ରେ ଯୋଗାଯୋଗ କରିବାକୁ ଅନୁରୋଧ ।