ବିଜୁ ଯୁବ ଛାତ୍ର ଜନତାଦଳ କଲା ସାଙ୍ଗଠନିକ କାର୍ଯ୍ୟର ସମୀକ୍ଷା

ଭୁବନେଶ୍ୱର: ବିଜୁ ଯୁବ ଛାତ୍ର ଜନତା ଦଳର ତୃତୀୟ ଦିନର ସମୀକ୍ଷା ସମ୍ପର୍କୀୟ ଭର୍ଚୁଆଲ୍‌ ମିଟିଙ୍ଗ୍ ଅନୁଷ୍ଠିତ ହୋଇଯାଇଅଛି । ଉତ୍ତର ଓଡିଶା ଓ ଦକ୍ଷିଣ ଓଡିଶା ପରେ ଆଜି ଉପକୂଳ ଓଡିଶାର ୩ଟି ଜିଲ୍ଲା ଖୋର୍ଦ୍ଧା, ପୁରୀ, କଟକ ଏବଂ ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ସାଂଗଠନିକ କାର୍ଯ୍ୟକୁ ସମୀକ୍ଷା କରାଯାଇଛି । ଏହି ଭର୍ଚୁଆଲ୍‌ ବୈଠକରେ ପାଖାପାଖି ଏକ ହଜାର ଯୁବ ଓ ଛାତ୍ର ନେତାମାନେ ଯୋଗଦେଇ ସଙ୍ଗଠନ ସମ୍ପର୍କରେ ନିଜର ମତ ରଖିଥିଲେ ।

ଏହି ସାଙ୍ଗଠନିକ ସମୀକ୍ଷା ଭର୍ଚୁଆଲ୍‌ ମିଟିଙ୍ଗ୍‌ରେ ମୁଖ୍ୟ ଅତିଥି ରୂପେ ବିଜୁଜନତା ଦଳର ସଙ୍ଗଠନ ସମ୍ପାଦକ ତଥା ବିଧାୟକ ଯାଜପୁର ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଏବଂ ମାର୍ଗଦର୍ଶନରେ ପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର, ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର, କଟକ ସ୍ଥିତ ଏସ୍‌ସିବି ବଡ ମେଡିକାଲ୍‌ ଏବଂ ଓଡିଶାର ସମସ୍ତ କିର୍ତ୍ତିରାଜିର ସୁରକ୍ଷା,ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ କ୍ଷେତ୍ରରେ ସରକାରଙ୍କୁ ପ୍ରସଂଶା କରିବା ସହିତ ପୂର୍ବ ଗୌରବ ଓ ଏହି ଓଡିଆ ଜାତିର କିର୍ତ୍ତୀନାମାକୁ ପୁର୍ଣ୍ଣ ଜିବିତ କରିବାରେ ଯୁବ ଛାତ୍ରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଯୁବ ଛାତ୍ର ନେତାମାନେ ଆହୁରି ଚଳଚଞ୍ଚଳ ହୋଇ କୋଭିଡ ସମୟରେ ଗରିବ, ପ୍ରବାସୀ ଓଡିଆଙ୍କୁ ସାହାର୍ଯ୍ୟ ଓ ସହଯୋଗର ହାତବଢାଇ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ସଫଳ କରିବା ଉଦ୍ଦେଶ୍ୟରେ ସଙ୍କଳ୍ପବଦ୍ଧ ହେବା ଲାଗି ପରାମର୍ଶ ଦେଇଥିଲେ ଏବଂ ଆଗାମୀ ଦିନରେ ହେବାକୁ ଥିବା ଅନ୍ୟାନ୍ୟ ଜିଲ୍ଲାର ସମୀକ୍ଷା ବୈଠକକୁ ଆହୁରି ବ୍ୟାପକ କରିବାପାଇଁ ଉତ୍ସାହିତ କରିଥିଲେ ।

ବିଜୁଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବବ୍ୟାପାର) ତଥା ବିଧାୟକ ଧର୍ମଶାଳା ପ୍ରଣବ କୁମାର ବଳବନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସାଧାରଣ ସମ୍ପାଦକ (ଛାତ୍ରବ୍ୟାପାର) ତଥା ବିଧାୟକ ଚାନ୍ଦବାଲି ବ୍ୟୋମକେଶ ରାୟ, ବିଜୁଜନତା ଦଳର ରାଜ୍ୟ ସମ୍ପାଦକ (ଯୁବବ୍ୟାପାର) ତଥା ବିଜୁ ଯୁବଜନତା ଦଳର ରାଜ୍ୟ ସଭାପତି ଅମରେଶ ପତ୍ରୀ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ରାଣାପ୍ରତାପ ପାତ୍ର ପ୍ରମୂଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *