ଅପରାଜିତା ପାର୍ଟୀ ନେତୃତ୍ୱକୁ ଦେଲେ ଧନ୍ୟବାଦ

ଭୁବନେଶ୍ୱର: ପାର୍ଟୀର ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ନିଯୁକ୍ତି ପାଇବା ପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାର୍ଟୀର କେନ୍ଦ୍ରୀୟ ନେତୃତ୍ୱ ପ୍ରତି ତାଙ୍କ ଉପରେ ବିଶ୍ୱାସ ବ୍ୟକ୍ତ କରିଥିବାରୁ ଧନ୍ୟବାଦ ଦେଇଛନ୍ତି ।

ଅପରାଜିତା ଟ୍ୱିଟ କରି କହିଛନ୍ତି ଯେ ରାଷ୍ଟ୍ରୀୟ ପ୍ରବକ୍ତା ରୂପେ ନିଯୁକ୍ତ କରି ତାଙ୍କ ଉପରେ ବିଶ୍ୱାସ ବ୍ୟକ୍ତ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ରୀ ଗୃହ ମନ୍ତ୍ରୀ ଅମିତ ଶାହ ତଥା ପାର୍ଟୀର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ସେ ଧନ୍ୟବାଦ ଦେଉଛନ୍ତି । ନିଜର ଦାୟିତ୍ୱକୁ ଠିକ ଭାବେ ନିର୍ବାହ କରିବାକୁ ଯଥା ସମ୍ଭବ ଚେଷ୍ଟା କରିବେ । ସମସ୍ତଙ୍କର ଶୁଭେଚ୍ଛା ଓ ଆଶୀର୍ବାଦ ଚାହାନ୍ତି ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *