କରୋନା ସଚେତନତା ଶିବିର

ଭୁବନେଶ୍ୱର, ୧୯/୩: ଭୁବନେଶ୍ୱର ମହାନଗର ନିଗମ ଅଧିନସ୍ଥ ୩୦ ନମ୍ବର ୱାର୍ଡ଼ ତରଫରୁ ପୂର୍ବତନ କର୍ପୋରେଟର ରମାକାନ୍ତ ସାମନ୍ତରାୟଙ୍କ ସହାୟତାରେ ନୂଆସାହି ଓ ନୂଆପଲ୍ଲୀ ଛକରେ ଗୁରୁବାର ଦିନ କରୋନା ପାଇଁ ସଚେତନତା ଶିବିରର ଆୟୋଜନ କରାଯାଇଥିଲା । କରୋନାକୁ ମୁକାବିଲା କରିବା ପାଇଁ ଜନସାଧାରଣଙ୍କ ମଧ୍ୟରେ ହାତ ଧୋଇବା, ମାସ୍କ ବ୍ୟବହାର କରିବା, ଘର ଓ ଏହାର ଚତୁଃପାଶ୍ୱର୍ରେ ସଫାସୁତୁରା ରଖିବା ଏବଂ ଜରୁରୀ କାମ ନଥିଲେ ବାହାରେ ନ ବୁଲିବା ପାଇଁ ଅନେକ ଉପଦେଶ ଓ ପରାମର୍ଶ ଦିଆଯାଇଥିଲା ।

ଏହା ଛଡ଼ା ଖାଇବା ପୂର୍ବରୁ ଏବଂ କାମଦାମ ସାରିବା ପରେ ସାନିଟାଇଜର ବ୍ୟବହାର କରିବା କିମ୍ବା ସାବୁନରେ ହାତ ଭଲଭାବେ ଧୋଇବା ଉପାୟ ଅବଲମ୍ବନ କରିବା ମଧ୍ୟ ଜନସାଧାରଣଙ୍କୁ ଶ୍ରୀ ସାମନ୍ତରାୟ ବୁଝାଇଥିେôଲ । ଏହି ସଭାରେ ସ୍ଥାନୀୟ ଜନସାଧାରଣଙ୍କୁ ୧୦୦ରୁ ଉର୍ଦ୍ଧ୍ୱ ଲାଇଫବଏ ସାବୁନ୍ ଏବଂ ମାସ୍କ ବଣ୍ଟନ କରାଯାଇଥିଲା ।

ଉକ୍ତ ସଭାରେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ସଭାପତି ତଥା ସମାଜସେବୀ ରବୀନ୍ଦ୍ରନାଥ ଛୋଟରାୟ, ରାକେଶ ମହନ୍ତ, ସାଗର ବଳବନ୍ତରାୟ, ରୋଜାଲିନ ପଟ୍ଟନାୟକ, ଏସ୍‌ଏଚ୍‌ଜି ସଭାନେତ୍ରୀ ଗୀତା ମିଶ୍ର, ପୂର୍ବତନ ପ୍ରଶାସକ ଅଭିନ୍ନ ଚନ୍ଦ୍ର କର, ରଞ୍ଜିତା ସାହୁ, ନିଳିମା ବଳବନ୍ତରାୟ ଏବଂ ପୂର୍ବତନ ସାଂସଦଙ୍କ ପ୍ରତିନିଧି ଦୁଃଶାସନ ଗୁମାନ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *