ନଭେମ୍ବର ୩ରେ ଉପର୍ନିବାଚନ
ପୋଷ୍ଟାଲ୍ ବାଲାଟରେ ଭୋଟ୍ ଦେବେ ବୟସ୍କ ଓ ଦିବ୍ୟାଙ୍ଗ
ଭୁବନେଶ୍ୱର: ଓଡ଼ିଶାରେ ହେବାକୁ ଥିବା ଦୁଇଟି ଉପର୍ନିବାଚନ ଲାଗି ମଙ୍ଗଳବାର କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି ଭାରତୀୟ ର୍ନିବାଚନ କମିଶନ । ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଆସନ୍ତା ନଭେମ୍ବର ୩ ତାରିଖରେ ହେବ ଭୋଟ୍ । ୧୦ ତାରିଖ ଦିନ ଭୋଟ୍ ଗଣତି କରାଯାଇ ଫଳାଫଳ ଘୋଷଣା କରିବା ବୋଲି ସ୍ଥିର ହୋଇଛି । ଏହି ଉପର୍ନିବାଚନ ନେଇ ସୂଚନା ଦେଇଛନ୍ତି ଓଡ଼ିଶା ମୁଖ୍ୟ ର୍ନିବାଚନ ଅଧିକାରୀ (ସିଇଓ) ସୁଶୀଲ କୁମାର ଲୋହାନି ।
ଉଲ୍ଲେଖନୀୟ ଯେ ବାଲେଶ୍ୱର ଜିଲ୍ଲାର ବାଲେଶ୍ୱର ସଦର ଆସନର ବିଜେପି ବିଧାୟକ ମଦନ ମୋହନ ଦତ୍ତ ଓ ଜଗତସିଂହପୁର ଜିଲ୍ଲା ର୍ତିତ୍ତୋଲ ଆସନର ବିଜେଡି ବିଧାୟକ ବିଷ୍ଣୁଚରଣ ଦାସଙ୍କ ଅକାଳ ବିୟୋଗ ପରେ ଏହି ଦୁଇଟି ଆସନ ଖାଲି ପଡ଼ିଛି । ନିୟମ ଅନୁଯାୟୀ ଖାଲି ହେଉଥିବା ଆସନ ଦୁଇଟିରେ ୬ ମାସ ମଧ୍ୟରେ ର୍ନିବାଚନ ହେବ । ତଦନୁଯାୟୀ ଭାରତୀୟ ର୍ନିବାଚନ କମିଶନ ଏହି ଦୁଇ ଆସନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ, ବାଲେଶ୍ୱର ସଦର ଓ ର୍ତିତ୍ତୋଲ ଆସନ ପାଇଁ ଅକ୍ଟୋବର ୯ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୧୬ ହେଉଛି ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ । ଠିକ୍ ସେହିପରି ଅକ୍ଟୋବର ୧୭ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଏବଂ ୧୯ ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ । ନଭେମ୍ବର ୩ ତାରିଖରେ ଭୋଟ୍ ଗ୍ରହଣ ପରେ ନଭେମ୍ବର ୧୦ ତାରିଖରେ ଭୋଟ୍ ଗଣତି କରାଯିବ ଓ ଫଳାଫଳ ଘୋଷଣା କରାଯିବ ବୋଲି ର୍ନିବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ।
କୋରୋନା କଟକଣା ଭିତରେ ଉପର୍ନିବାଚନ ହେବାକୁ ଯାଉଥିବାରୁ ଉଭୟ ପ୍ରାର୍ଥୀ ଓ ଭୋଟରଙ୍କ ପାଇଁ ଏନେଇ ଗାଇଡଲାଇନ ଜାରି କରାଯାଇଛି । ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ ଠାରୁ ଆରମ୍ଭ କରି ପ୍ରଚାର ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ରହିବ କଟକଣା । ସେହିଭଳି ଭୋଟରଙ୍କ ସୁରକ୍ଷା ଦୃଷ୍ଟିରୁ ଭୋଟ୍ ଗ୍ରହଣ କେନ୍ଦ୍ର ବଢାଯିବା ସହ ମାସ୍କ, ସାନିଟାଇଜର ଓ ଗ୍ଲୋବସର ବ୍ୟବହାର କରାଯିବ । ବାଲେଶ୍ୱର ସଦର (୩୮) ର୍ନିବାଚନ ମଣ୍ଡଳୀରେ ୨ ଲକ୍ଷ ୨୬ ହଜାର ୫୮୬ ଜଣ ମତଦାତା ରହିଛନ୍ତି । ସେମାନଙ୍କ ମଧ୍ୟରେ ୧ ଲକ୍ଷ ୧୬ ହଜାର ୮୮୪ ଜଣ ପୁରୁଷ ମତଦାତା ଓ ୧ ଲକ୍ଷ ୯ ହଜାର ୬୯୩ ଜଣ ମହିଳା ଓ ୯ ଜଣ ତୃତୀୟ ଲିଙ୍ଗ ମତଦାତା ରହିଛନ୍ତି । ସେହିପରି ତିର୍ତ୍ତୋଲ (୧୦୨ ଏସସି) ର୍ନିବାଚନ ମଣ୍ଡଳୀରେ ମୋଟ ୨ ଲକ୍ଷ ୩୮ ହଜାର ୬୫ ଜଣ ମତଦାତା ମତଦାନ ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରେ ୧ ଲକ୍ଷ ୨୩ ହଜାର ୬୦୦ ଜଣ ପୁରୁଷ ଓ ୧ ଲକ୍ଷ ୧୪ ହଜାର ୪୨୮ ଜଣ ମହିଳା ଏବଂ ୨୮ ଜଣ ତୃତୀୟ ଲିଙ୍ଗ ମତଦାତା ରହିଛନ୍ତି ।
ଗୋଟିଏ ବୁଥ୍ରେ ସର୍ବାଧିକ ୧ ହଜାର ଭୋଟର୍ ଭୋଟ୍ ଦେଇପାରିବେ । ଭୋଟର୍ ସଂଖ୍ୟା କଟକଣା ଯୋଗୁ ବଢ଼ିଲା ଭୋଟଦାନ କେନ୍ଦ୍ର । ବାଲେଶ୍ୱରରେ ୩୪୬ ଓ ତିର୍ତ୍ତୋଲରେ ୩୭୩ ଭୋଟ୍ ଗ୍ରହଣ କେନ୍ଦ୍ର କରାଯାଇଛି । ଉପ ର୍ନିବାଚନରେ ଇଭିଏମ୍ ଓ ଭିଭିପାଟ୍ ବ୍ୟବହାର କରାଯିବ । ଉଭୟ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ଇଭିଏମ୍ ଓ ଭିଭିପାଟ୍ ମେସିନ୍ ମହଜୁଦ ଅଛି । ୮୦ ବର୍ଷରୁ ଅଧିକ ବୟସ୍କ ଓ ଦିବ୍ୟାଙ୍ଗମାନେ ପୋଷ୍ଟାଲ୍ ବାଲାଟରେ ଭୋଟ୍ ଦେଇପାରିବେ ବୋଲି କହିଛନ୍ତି ମୁଖ୍ୟ ର୍ନିବାଚନ ଅଧିକାରୀ ସୁଶୀଲ ଲୋହାନି ।
କୋରୋନା ଆକ୍ରାନ୍ତ ମଧ୍ୟ ଭୋଟ୍ ଦେଇପାରିବେ । ଶେଷ ଏକ ଘଣ୍ଟାରେ ସେମାନଙ୍କ ପାଇଁ ଭୋଟ୍ ଦେବାର ବ୍ୟବସ୍ଥା କରାଯାଉଛି ବୋଲି ଲୋହାନୀ କହିଛନ୍ତି ।
ର୍ନିବାଚନ ସମ୍ପର୍କିତ ପ୍ରତ୍ୟେକ କାର୍ଯ୍ୟରେ ସାମିଲ ବ୍ୟକ୍ତି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ମତଦାନ କେନ୍ଦ୍ରରେ ଥର୍ମାଲ୍ ସ୍କ୍ରିନିଂ ବ୍ୟବସ୍ଥା ସହ ସାନିଟାଇଜର୍, ହାତ ଧୁଆ ସୁବିଧା ଉପଲବ୍ଧ ହେବ । ର୍ନିବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ନାମାଙ୍କନ ପାଇଁ ଯିବା ସମୟରେ ନିଜ ସହ ଅତିବେଶିରେ
ଦୁଇଜଣଙ୍କୁ ନିଜ ସହ ନେଇପାରିବେ । ଏହି କାମ ପାଇଁ ଯିବା ସମୟରେ ପ୍ରାର୍ଥି ଅତିବେଶିରେ ଦୁଇଟି ଗାଡ଼ି ନେଇପାରିବେ । ରୋଡ ସୋ ପାଇଁ ପ୍ରାର୍ଥୀ ସର୍ବାଧିକ ୫ଟି ଗାଡ଼ି ବ୍ୟବହାର କରିପାରିବେ । ପ୍ରଥମ ୫ଟି ଗାଡ଼ି ଠାରୁ ଅନ୍ୟୁନ ଅଧଘଣ୍ଟା ଦୂରରେ ଆଉ ୫ଟି ଗାଡ଼ି ରହିପାରିବ । କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ଜନ ସମାବେଶ/ରାଲି ଆୟୋଜନ ହେବ । ଏଥିପାଇଁ ଜିଲ୍ଲା ର୍ନିବାଚନ ଅଧିକାରୀ ଆଗୁଆ ସ୍ଥାନ ଚିହ୍ନଟ କରିବେ ବୋଲି ଲୋହାନୀ କହିଛନ୍ତି ।