ବାତ୍ୟା ବଢ଼ାଇଲାଣି ଚିନ୍ତା

ଭୁବନେଶ୍ୱର: ଚିନ୍ତା ବଢାଇଲାଣି ବାତ୍ୟା ଗତିୟ । ଅଣ୍ଡାମାନସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଅକ୍ଟୋବର ଦ୍ୱିତୀୟ ସପ୍ତାହ ବେଳକୁ ଆସିପାରେ ଏହି ସାମୁଦ୍ରିକ ବାତ୍ୟା । ହେଲେ ଗତି କେତେ ରହିବ, କେତେ ବଳଶାଳୀ ହେବ ଓ ଓଡିଶା ଉପରେ କଣ ପ୍ରଭାବ ପଢିବା ତାହା ସ୍ପଷ୍ଟ ହୋଇନାହିଁ । ବାତ୍ୟା ଗତି ପାଇଁ ଓଡ଼ିଶାରେ ପରିବେଶ ଅନୁକୁଳ ନାହିଁ । ତେଣୁ ବାତ୍ୟାକୁ ନେଇ ଆଶଙ୍କା ନଥିବାବେଳେ ଅ।ଶଙ୍କାକୁ ଆଡେଇ ଦିଆଯାଇ ପାରିବନି ବୋଲି କୃଷି ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।

ସେପଟେ ପାଣିପାଗ ନିର୍ଦ୍ଦେଶକଙ୍କ ଆକଳନ ଅନୁଯାଇ ୯ ତାରିଖ ବେଳକୁ ଚିତ୍ର ସ୍ପଷ୍ଟ ହେବ, ଏହା ଘନିଭୂତ ହେଇ ଉତ୍ତର-ପଶ୍ଚିମ ଦିଗରେ ଗତିକରି ଆନ୍ଧ୍ରକୁ ମୁହଁଇବ । ଫଳରେ, ଓଡ଼ିଶାର ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶାରେ ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ବର୍ଷିବ । ଏପଟେ ବଙ୍ଗୋପସାଗରରେ ସୃଷ୍ଟି ହେଇଥିବା ଲଘୁଚାପ ପ୍ରଭାବରେ ଆହୁରି ୪୮ଘଣ୍ଟା ଢାଳିବ ବର୍ଷା ।

ଆସନ୍ତା ୨୪ଘଣ୍ଟା ପାଇଁ ନବରଙ୍ଗପୁର, ରାୟଗଡା, କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, ସୋନପୁର, ନୂଆପଡା, ବଲାଙ୍ଗୀର, ଅନୁଗୁଳ, କେନ୍ଦୁଝର, ବରଗଡ, ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାକୁ ନଜର ରଖି ୧୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ୭ ତାରିଖ ପରେ ବର୍ଷାର ପରିମାଣ କମିଯିବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Spread the love

Leave a Reply

Your email address will not be published. Required fields are marked *