ରସାୟନ ବିଜ୍ଞାନୀଙ୍କୁ ନୋବେଲ ସମ୍ମାନ
ନୂଅ।ଦିଲ୍ଲୀ: ରସାୟନ ବିଜ୍ଞାନରେ ଦୁଇ ଜଣ ମହିଳାଙ୍କୁ ନୋବେଲ୍ ପୁରସ୍କାର ମିଳିଛି । ସେମାନେ ହେଲେ ଇମାନୁଏଲ ଚାରପେଣ୍ଟିଅର ଓ ଜେନିଫର ଏ ଡୁଡନା । ଦୁଇଜଣଙ୍କୁ ଏହି ସମ୍ମାନଜନକ ପୁରସ୍କାରରେ ସମ୍ମାନିତ କରାଯିବ । ପୁରସ୍କାର ବାବଦକୁ ସ୍ବର୍ଣ୍ଣପଦକ ଓ ଏକକୋଟି ସ୍ବିଡିଶ୍ କ୍ରୋନା (ପ୍ରାୟ ୮.୨୦ କୋଟି) ଦିଅ।ଯିବ ।
ଚଳିତ ବର୍ଷ ପଦାର୍ଥ ବିଜ୍ଞାନରେ ୩ଜଣଙ୍କୁ ନୋବେଲ ପୁରସ୍କାର ଦିଆଯିବ । ରୋଜର ପେନରୋଜ, ରେନହାର୍ଡ ଗେନଜେଲ, ଆଣ୍ଡ୍ରିଆ ଗେଜଙ୍କୁ ମିଳିବ ନୋବେଲ ପୁରସ୍କାର ବାବଦକୁ ସ୍ବର୍ଣ୍ଣପଦକ ସହ ୧.୧ ମିଲିୟନ ଡଲାର ଦିଆଯିବ ।
ମେଡିସିନ୍ ପାଇଁ ‘ହେପାଟାଇଟିସ୍ ସି ଭୂତାଣୁ’ ଆବିଷ୍କାର କରିଥିବା ଦୁଇ ଆମେରିକୀୟ ବେଜ୍ଞାନିକ ହାର୍ଭେରି ଜେ ଅ।ଲ୍ଟର୍, ଚାର୍ଲସ୍ ଏମ୍ ରାଇସ୍ ଏବଂ ବ୍ରିଟିସ୍ ବେଜ୍ଞାନିକ ମାଇକେଲ୍ ହଫ୍ଟନ୍ଙ୍କ ନାମ ନୋବେଲ୍ ପୁରସ୍କାର ପାଇଁ ଘୋଷିତ ହୋଇଥିଲା ।
ଏହି ସମ୍ମାନଜନକ ପୁରସ୍କାର ବାବଦରେ ସ୍ର୍ଣ୍ଣପଦକ ଏବଂ ୧୦ ନିୟୁତ ସ୍ବିଡିଶ୍ କ୍ରୋନର୍ (୧,୧୧୮,୦୦୦ ଡଲାରରୁ ଅଧିକ) ଅର୍ଥରାଶି ପ୍ରଦାନ କରାଯିବ । ନୋବେଲ୍ କମିଟିର ମୁଖ୍ୟ ଟୋମାସ୍ ପର୍ଲମାନ୍ ବିଜୟୀମାନଙ୍କ ନାମ ଘୋଷଣା କରିଥିଲେ ।