ସାମ୍ବାଦିକ ଶ୍ରୀକାନ୍ତଙ୍କୁ ମୀନା ସ୍ୱାମୀନାଥନ୍ ମିଡିଆ ଫେଲୋସିଫ୍‌

ଭୁବନେଶ୍ୱର: ଚେନ୍ନାଇସ୍ଥିତ ଏମ.ଏସ୍ ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ ତରଫରୁ ଚଳିତବର୍ଷ ପାଇଁ ମୀନା ସ୍ୱାମୀନାଥନ୍ ମିଡିଆ ଫେଲୋସିଫ୍‌ ୨୦୨୦ ଘୋଷଣା ହୋଇଛି । ଏହି ଫେଲୋସିଫ୍ ପାଇଁ ଦେଶରୁ ମୋଟ ତିନିଜଣ ସାମ୍ବାଦିକଙ୍କୁ ମନୋନିତ କରାଯାଇଛି ।

ଓଡ଼ିଆ, ମାଲାୟଲମ ଓ ତାମିଲ ଭାଷାରେ ଜେଣ୍ଡର ଇମ୍ପାକ୍ଟ ଅଫ୍‌ କୋଭିଡ୍‌-୧୯ ଶୀର୍ଷକରେ ତିନିଜଣ ସାମ୍ବାଦିକଙ୍କୁ ଚୟନ କରାଯାଇଛି । ଦ ହିନ୍ଦୁ ତାମିଲ ଖବରକାଗଜର ପ୍ରତିନିଧି ଭି.ନନ୍ଦିନୀ, ଦି ବେଟର ଇଣ୍ଡିଆର ମାଲାୟଲମର ଜାମୋଲ ଜୋସ, ସମ୍ବାଦର ଜୟପୁର ପ୍ରତିନିଧି ଶ୍ରୀକାନ୍ତ ସାହୁଙ୍କୁ ଓଡ଼ିଆ ଭାଷା ପାଇଁ ମନୋନିତ କରାଯାଇଛି । ଏହି ଚୟନ ଏମ.ଏସ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ଏକ ଏକ୍ସପର୍ଟ ଦଳ କରିଛନ୍ତି । ଏନେଇ ଚେନ୍ନାଇସ୍ଥିତ ଏମ.ଏସ୍ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ଫାଉଣ୍ଡର ପ୍ରଫେସର ଏମ.ଏସ୍ ସ୍ୱାମୀନାଥନ କହିଛନ୍ତି ଯେ, ସଂସ୍ଥା ଆରମ୍ଭ ହେବା ପରଠାରୁ ଏହା ଗରିବ, ମହିଳା ଓ ପ୍ରକୃତି ସହ ରହି ଆସିଛି । କୃଷି କ୍ଷେତ୍ରରେ ଏହି ଲିଙ୍ଗଗତ ବୈଷମ୍ୟତାକୁ ଦୂର କରିବାକୁ ପଦକ୍ଷେପ ନିଆଯାଉଛି । ଏହି ଘୋଷଣା ପଛରେ ଏକ ପ୍ରିନ୍ସପୁଲ୍ ରହିଛି ।

ଏମ.ଏସ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ଅଧ୍ୟକ୍ଷା ଡ.ମଧୁରା ସ୍ୱାମୀନାଥନ୍ କହିଛନ୍ତି,ଯେ ଆମେ ଅନୁଭବ କରୁଛୁ କୋଭିଡ-୧୯ରେ ଲିଙ୍ଗଗତ ବୈଷମ୍ୟତା ଭଲ ଭାବେ ଗଣମାଧ୍ୟମରେ ପରିପ୍ରକାଶ ହୋଇଛି । ଯାହା ଚଳିତବର୍ଷର ଫେଲୋସିପର ଥିମ୍‌ ରହିଥିଲା । ଚୟନ ପ୍ରକ୍ରିୟାବେଳେ ଆମେ ଯୁବ ସାମ୍ବାଦିକଙ୍କୁ ବାଛିଥିଲୁ । ସେମାନଙ୍କଠାରେ ଏହି ସମ୍ପର୍କରେ ଲେଖିବା ଓ କାମ କରିବା ପାଇଁ ଇଚ୍ଛା ଦେଖିବାକୁ ପାଇଥିଲୁ । ପରେ ସେମାନଙ୍କୁ ଚିହ୍ନଟ କରି ପାରୁଥିଲୁ ।

ଓଡ଼ିଶାର କୋରାପୁଟରେ କାର୍ଯ୍ୟରତ ଶ୍ରୀକାନ୍ତ ସାହୁ, କେରଳର ଇଡ୍ଡୁକିର ଜୋମୋଲ ଓ ଚେନ୍ନାଇର ନନ୍ଦିନୀ ଏହି ଫେଲୋସିଫରେ ୫୦,୦୦୦ ଟଙ୍କାର ଅର୍ଥରାଶି ପ୍ରାପ୍ତ କରିବା ସହ ତିନିମାସ ପାଇଁ ଲିଙ୍ଗଗତ ବୈଷମ୍ୟତା ଉପରେ କାର୍ଯ୍ୟ କରିବେ । ଏହି ସମୟରେ ସେମାନେ ଜଡିତ ରହିଥିବା ମିଡିଆ ସଂସ୍ଥାରେ ମଧ୍ୟ କାଯ୍ୟ କରିପାରିବେ ।

ଏହି ତିନିଜଣ ସାମ୍ବାଦିକ ଓ ସାମ୍ବାଦିକା ଗ୍ରାମାଞ୍ଚଳରେ କୋଭିଡ୍‌-୧୯ ପରବର୍ତ୍ତୀ ଲିଙ୍ଗଭତ ବୈଷମ୍ୟତା ସମ୍ପର୍କରେ କାର୍ଯ୍ୟ କରିବେ । କିପରି ଏହି ମହାମାରୀ ସମୟରେ ମହିଳାଙ୍କର ଜୀବନଶୈଳୀ ପରିବର୍ତ୍ତନ ହେଲା, ସ୍ୱାସ୍ଥ୍ୟ ସମସ୍ୟା, ମାନସିକ ସ୍ଥିତି ଓ ଏହି ସମୟରେ ପାରିବାରିକ ସ୍ଥିତି ପରବର୍ତ୍ତୀ ରିପୋର୍ଟରେ ପ୍ରକାଶ କରାଯିବ । ଏହି ପୁରଷ୍କାର ଏମ.ଏସ.ସ୍ୱାମୀନାଥନ୍‌ଙ୍‌କ ପକ୍ଷରୁ ଆରମ୍ଭ କରାଯାଇଥିବାବେଳେ ଶ୍ରୀମତୀ ମୀନା ସ୍ୱାମୀନାଥନ୍ ଏହାକୁ ପରିଚାଳନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *