ଖୋଲିଲା ଧଉଳି ଶାନ୍ତି ସ୍ତୁପ
ଭୁବନେଶ୍ୱର: କରୋନା କାରଣରୁ ଓଡିଶାରେ ପର୍ଯ୍ୟଟନ ଶିଳ୍ପ ଅଧିକ ପ୍ରଭାବିତ ହୋଇଛି । କରୋନା ସଂକ୍ରମଣ ଆରମ୍ଭ ହେବା ପରଠାରୁ ଏହି ଦର୍ଶନୀୟ ସ୍ଥାନ ଗୁଡ଼ିକ ବନ୍ଦ ହୋଇଯାଇଛି । ଯାହା ଫଳରେ ଏହାର ଆଖପାଖରେ ବ୍ୟବସାୟ କରି ପରିବାର ଚଳାଉଥିବା ବ୍ୟବସାୟୀଙ୍କର ଅଧିକ କ୍ଷତି ହୋଇଛି ।
ତେବେ କରୋନା କଟକଣା ଭିତରେ ପର୍ଯ୍ୟଟକଙ୍କ ପାଇଁ ଧଉଳି ଶାନ୍ତି ସ୍ତୁପକୁ ଖୋଲିଛି ପର୍ଯ୍ୟଟନ ବିଭାଗ । ଦୀର୍ଘ ୭ମାସ ପରେ ଏହି ପର୍ଯ୍ୟଟନ ସ୍ଥଳୀକୁ ଖୋଲା ଯାଇଛି । ବେପାର ଆଶାରେ ବ୍ୟବସାୟୀମାନେ ନିଜ ନିଜ ଦୋକାନ ଖୋଲିଛନ୍ତି । ତେବେ କେବଳ ଆଖପାଖ ଅଂଚଳର ପର୍ଯ୍ୟଟକମାନେ ଏଠାକୁ ବୁଲିବାକୁ ଅ।ସୁଥିବା ଦେଖିବାକୁ ମିଳିଛି । ଆଗାମୀ ଦିନରେ ରାଜଧାନୀ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଲେ ବେପାର ଭଲ ହେବ ବୋଲି ଆଶା ରଖିଛନ୍ତି ସ୍ଥାନୀୟ ବ୍ୟବସାୟୀ ।