ଉପନିର୍ବାଚନ ପାଇଁ ସାମାଜିକ ଗଣମାଧ୍ୟମ କମିଟି ଗଠିତ

ଭୁବନେଶ୍ୱର, ୧୯/୧୦: ଆସନ୍ତା ୩ ତାରିଖରେ ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ହେବ । ଏହି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ କମିଟିର ୪ଜଣ ସାଧାରଣ ସଂପାଦକ ଏବଂ ୪ଜଣ ସଂପାଦଙ୍କୁ ଦାୟିତ୍ୱ ପ୍ରଦାନ କରି କମିଟି ଗଠନ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ ସାମାଜିକ ଗଣମାଧ୍ୟମର ଅଧ୍ୟକ୍ଷ ଅଭିଷେକ ମହାନନ୍ଦ ।

ବାଲେଶ୍ୱର ନିର୍ବାଚନ ପାଇଁ ରାଜ୍ୟ ସାଧାରଣ ସଂପାଦକ ଚେତନ ମିଶ୍ର, ଜୋୟତା ରାୟ ଏବଂ ସଂପାଦକ ରଞ୍ଜିତ ପଣ୍ଡା ଦାୟିତ୍ୱରେ ରହିଥିବା ବେଳେ ଏମାନଙ୍କୁ ସାହାଯ୍ୟ କରିବାପାଇଁ ରେହାନ ଖାଁକୁ ବାଲେଶ୍ୱର ବିଧାନସଭା ପାଇଁ ସଂଯୋଜକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି ।

ସେହିପରି ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ରାଜ୍ୟ ସାଧାରଣ ସଂପାଦକ ସମ୍ବିଦ ଶ୍ରୀଚନ୍ଦନ, ଶୈଳେନ୍ଦୁ ଦାସଙ୍କ ସହ ରାଜ୍ୟ ସଂପାଦକ ଜଗତଜୀବନ ମହାନ୍ତି, ସତ୍ୟବ୍ରତ ଗୁରୁ ଓ ସୁବାଷ ନାୟକ ଦାୟିତ୍ୱରେ ରହିଥିବା ବେଳେ ଏମାନଙ୍କୁ ସାହାଯ୍ୟ କରିବାପାଇଁ ସନ୍ତୋଷୀ ପ୍ରସାଦ ଶତପଥିଙ୍କୁ ତିର୍ତ୍ତୋଲ ବିଧାନସଭା ସଂଯୋଜକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି ।

ଏହି ଅବସରରେ ବାଲେଶ୍ୱର ଜିଲ୍ଲା ପାଇଁ ସଂଯୋଜକ ଭାବେ ଗୌତମ ସାହୁ, ସହ ସଂଯୋଜକ ଭାବେ ନବପ୍ରସାଦ ଭୂୟାଁ, ହରନାରାୟଣ ରାଉତ ଓ ରଞ୍ଜିତ ପ୍ରଧାନଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ଶ୍ରୀ ମହାନନ୍ଦ ।

ଜଗତସିଂହପୁର ଜିଲ୍ଲା ପାଇଁ ଜିଲ୍ଲା ସଂଯୋଜକ ଭାବେ ଅଭିନନ୍ଦନ ସେଠୀ, ସଂଗ୍ରାମ କୁମାର ମହାନ୍ତି, ସାରଦା ପ୍ରସନ୍ନ ସାମଲ ନିଯୁକ୍ତି ପାଇଛନ୍ତି ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ସୋସିଆଲ ମିଡ଼ିଆ ସାଧାରଣ ସଂପାଦକ ଦୀପକ କୁମାର ମହାପାତ୍ର ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *