ଭୁବନେଶ୍ୱରରେ ଖୋଲିବନି ମନ୍ଦିର

ଭୁବନେଶ୍ୱର: ରାଜଧାନୀରେ ଏବେ ମନ୍ଦିର ଖୋଲିବ ନାହିଁ । ଭୁବନେଶ୍ୱରରେ ସଂକ୍ରମଣ ହାର ବଢୁଛି, ତେଣୁ ଏବେ ମନ୍ଦିର ଖୋଲିବା ଆଶା କ୍ଷୀଣ ବୋଲି କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ଶୁକ୍ରବାର ଦିନ ସେ କହିଛନ୍ତି ଯେ ଭୁବନେଶ୍ୱରରେ ମନ୍ଦିର ଖୋଲିବ କି ନାହିଁ ସେ ନେଇ ବିଭିନ୍ନ ଦିଗକୁ ଆଲୋଚନା ଓ ବିଚାର ବିମର୍ଷ ଚାଲିଛି । ବିଶେଷଜ୍ଞ ଓ ଡାକ୍ତରୀଟିମ ଠାରୁ ପରାମର୍ଶ ନିଆଯାଉଛି । ଭୁବନେଶ୍ୱରରେ ଯେହେତୁ ସଂକ୍ରମଣ ହାର ବଢୁଛି, ସ୍ଥିତିର ସମୀକ୍ଷା ପରେ ଆଗାମୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ଓଡ଼ିଶାରେ ମନ୍ଦିର ଖୋଲିବା ସହ ସେବାୟତମାନଙ୍କୁ ସହାୟତା ପ୍ରଦାନ କରିବା ଦାବିରେ ଭୁବନେଶ୍ୱରସ୍ଥିତ ରାମମନ୍ଦିର ସମ୍ମୁଖରେ ଓଡ଼ିଶା ସେବାୟତ ସଂଘ ପକ୍ଷରୁ ଘଣ୍ଟା ବାଡ଼େଇ ଶଙ୍ଖ ଫୁଙ୍କି ଅଭିନବ ଉପାୟରେ ଆନ୍ଦୋଳନ କରାଯାଇଛି । ଅନଲକ୍ ପରେ ଅନ୍ୟାନ୍ୟ ସଂସ୍ଥା ଖୋଲିଥିବା ବେଳେ ଏ ପର୍ଯ୍ୟନ୍ତ ମନ୍ଦିର ନ ଖୋଲିବାରୁ ପ୍ରତିବାଦ କରିଛନ୍ତି ସେବାୟତ ।

Spread the love

Leave a Reply

Your email address will not be published. Required fields are marked *