ମୀରା, ସଂଯୁକ୍ତାଙ୍କୁ ମିଳିଲା ଦାୟିତ୍ବ
ଭୁବନେଶ୍ୱର, ୨୯/୩/୨୦୧୯: ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆଜି ବିଜୁ ମହିଳା ଜନତା ଦଳର ରାଜ୍ୟ ଉପ-ସଭାପତି ଭାବେ ମୀରା ପରିଡ଼ା ଏବଂ ଗଜପତି ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ସଂଯୁକ୍ତା ବେହେରାଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଶ୍ରୀମତୀ ମିନତି ବେହେରା ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି ।