କଡ଼ାକଡ଼ି ହେବ ଟ୍ରାଫିକ ନିୟମ: ପଦ୍ମନାଭ

ଭୁବନେଶ୍ୱର, ୬/୧୨: ଆଗାମୀ ଜାନୁଆରୀ ମାସରୁ ପୁଣି ଥରେ ଟ୍ରାଫିକ ନିୟମ କଡାକଡି ହେବ । ସେହିପରି ହେଲମେଟ ଚେକିଂକୁ ମଧ୍ୟ କଡାକଡି କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ହେଲମେଟ୍ ନପିନ୍ଧିଲେ ଚାଳକଙ୍କର ଡ୍ରାଇଭିଙ୍ଗ ଲାଇସେନ୍ସ (ଡିଏଲ୍‌) ବାତିଲ୍ ନେଇ ରାଜ୍ୟ ପରିବହନ କତୃର୍ପକ୍ଷ (ଏସ୍‌ଟିଏ)ଙ୍କ ପକ୍ଷରୁ ସୂଚନା ଦିଆଯିବା ପରେ ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ସେ କହିଛନ୍ତି, ବର୍ତମାନ ଚେକିଂ ସହ ଲୋକଙ୍କୁ ସଚେତନ କରାଯାଉଛି । ୨୦୧୯ ଠାରୁ କେନ୍ଦ୍ର ସରକାର ଏହି ଆଇନ ଆଣିଛନ୍ତି । କରୋନା ପାଇଁ ଏହାକୁ କୋହଳ କରାଯାଇଥିଲା । ମାତ୍ର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ନିଷ୍ପତି ନିଆଯାଇଛି । ବେପରୁଆ ଗାଡି ଚାଳକଙ୍କୁ କଠୋର ଦଣ୍ଡ ଦିଆଯିବ ।

ଉଲ୍ଲେଖନୀୟ ଯେ ଏଣିକି ଉଭୟ ଚାଳକ ଓ ସହଯାତ୍ରୀ ହେଲମେଟ୍ ପିନ୍ଧିବାକୁ ବାଧ୍ୟ । ଦୁଇ ଜଣ ଯାକ ହେଲମେଟ୍ ନପିନ୍ଧିଲେ ରଦ୍ଦ ହେବ ଲାଇସେନ୍ସ । ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି । ଏହି ନୂଆ ନିୟମ, ନୂଆ ବର୍ଷରୁ ଲାଗୁ ହେଉଥିବା ବେଳେ ଏହାକୁ କଡ଼ାକଡ଼ି କରାଯିବା ନେଇ ଆଜି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ହେଲମେଟ୍ ପିନ୍ଧି ସୁରକ୍ଷିତ ଗାଡ଼ି ଚଳାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆ ଯାଇଛି ।

Spread the love

Leave a Reply

Your email address will not be published. Required fields are marked *