ସୋଆ ଗବେଷକ ସମ୍ମାନିତ
ଭୁବନେଶ୍ୱର, ୨୧/୧୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ଲେସମେଂଟ ଅଫିସର ସତିଶ କୁମାର ସାମଲ ଇନଷ୍ଟିଚ୍ୟୁଟ ଅଫ ସ୍କଲାର୍ସ ଦ୍ୱାରା ୨୦୨୦ ପାଇଁ ୟଙ୍ଗ ରିସର୍ଚ୍ଚର (ଯୁବ ଗବେଷକ) ସମ୍ମାନରେ ସମ୍ମାନିତ ହୋଇଛନ୍ତି ।
ଗତ ଶନିବାର ଦିନ ଏକ ଭର୍ଚୁଆଲ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୀ ସାମଲଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ତାଙ୍କ ସନ୍ଦର୍ଭ” “ଫ୍ରିକ୍ୱେନ୍ସି ଆଣ୍ଡ ଟେମ୍ପରେଚର ଡିପେଣ୍ଡେଂଟ ଡାଏଲେକ୍ଟ୍ରିକ ଫିଚର୍ସ ଅଫ ମଲ୍ଟିକମ୍ପୋନେଂଟ ମ୍ୟାଟେରିଆଲ’ ‘ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯାଇଛି ।
ଶ୍ରୀ ସାମଲ ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ରୁ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଷ୍ଟ୍ରୁମେଂଟେସନ ଇଞ୍ଜିନିୟରିଂରେ ବି.ଟେକ୍ କରିଥିବାବେଳେ ଭିଏଲଏସଆଇ ଆଣ୍ଡ ଏମଡେଡେଡ୍ ସିଷ୍ଟମରେ ଏମ.ଟେକ କରିଛନ୍ତି । ବର୍ତମାନ ସେ ଆଇଟିଇଆରରେ ଇଲେକ୍ଟ୍ରୋନିକ ଫିଲ୍ଡ ସିଫ୍ଟର୍ସରେ ପି.ଏଚ.ଡି ଜାରି ରଖିଛନ୍ତି ।
ଏନସିସି ଏବଂ ଏନଏସଏସରେ ସକ୍ରିୟ ଥିବା ସତୀଶ ୨୦୧୭ ମସିହାରେ ବିଶ୍ୱବିଦ୍ୟାଳୟ ଚାନସେଲର୍ସ ଆୱାର୍ଡ ହାସଲ କରିଥିବା ବେଳେ ୨୦୧୮ରେ ସୋଆ ପକ୍ଷରୁ ଆୟୋଜିତ ନ୍ୟାସନାଲ ଚିଲଡ୍ରେନ୍ସ ସାଇନ୍ସ କଂଗ୍ରେସରେ ସଂଯୋଜକ ଥିଲେ ।