ଡି.ଏ.ଭି କଳିଙ୍ଗ ନଗରରେ ଗଣତନ୍ତ୍ର ଦିବସ ପାଳନ
ଭୁବନେଶ୍ୱର, ୨୬/୦୧: ଡି.ଏ.ଭି ପବ୍ଲିକ୍ ସ୍କୁଲ୍ କଳିଙ୍ଗ ନଗରରେ ଦେଶର ୭୨ତମ ସାଧାରଣତନ୍ତ୍ର ଦିବସ ଆନୁଷ୍ଠାନିକ ଭାବରେ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ବିପିନ୍ କୁମାର ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଚେୟାରମ୍ୟାନ୍ ମଦନ ମୋହନ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେ ନିଜ ବକ୍ତବ୍ୟରେ ଭାରତୀୟ ସମ୍ବିଧାନର ଗୁରୁତ୍ୱ ଉପରେ ପ୍ରାଧାନ୍ୟ ଦେବା ସହିତ ଦେଶ ହିତ ନିମନ୍ତେ ଆପଣାର ସ୍ୱାର୍ଥକୁ ଜଳାଞ୍ଜଳି ଦେବା ପାଇଁ ଆହ୍ୱାନ ଜଣାଇଥିଲେ ।
ଇତ୍ୟବସରରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଗଣ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରିଥିଲେ ଏବଂ ସାଧାରଣତନ୍ତ୍ର ଦିବସ ପାଳନର ଉଦ୍ଦେଶ୍ୟ ତଥା ମହତ୍ତ୍ୱ ସମ୍ବନ୍ଧରେ ବିଦ୍ୟାର୍ଥୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆଲୋକପାତ କରିଥିଲେ ।
ଅନୁଷ୍ଠାନର ନୃତ୍ୟ ଏବଂ ଯୋଗ ବିଭାଗର ଶିକ୍ଷିକାଙ୍କ ମାର୍ଗ ଦର୍ଶନରେ ଶିକ୍ଷାର୍ଥୀମାନଙ୍କ ଦ୍ୱାରା ନୃତ୍ୟ ଏବଂ ଯୋଗର ସମନ୍ୱୟରେ ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଥିଲା ।